ନୋ-ମେକ୍ଅପ୍ ଫଟୋ ସେୟାର୍ କଲେ ଦୀପିକା: ଏପରି କମେଣ୍ଟ୍ ଦେଲେ ଶୀର୍ଷ ବିୟୁଟି ଇନ୍ଫ୍ଲୁଏନ୍ସର୍
ନୂଆଦିଲ୍ଲୀ: ଯେତେବେଳେ ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର୍ କରନ୍ତି ତ ସେଥିରେ ଲାଇକ୍ସ, କମେଣ୍ଟ୍ସ ବହୁଳ ମାତ୍ରାରେ ଦେଖିବାକୁ ମିଳେ। ସ୍କିନ୍ କେୟାର୍ ବ୍ରାଣ୍ଡ୍ ‘୮୨ ଡିଗ୍ରି ଇ’ର ନିର୍ମାତା ଦୀପିକା ନିକଟରେ ତାଙ୍କର ଏକ ଫଟୋ ସେୟାର୍ କରିଛନ୍ତି। ଫଟୋରେ ତାଙ୍କ ସୁନ୍ଦର ଆଖି ଟୋପି ତଳେ ଲୁଚି ରହିଥିବା ବେଳେ ମୁହଁର ବାକି ଅଂଶ ଦେଖିବାକୁ ମିଳିଛି। ତେବେ ଦୀପିକାଙ୍କର ଏହି ଫଟୋଟି ବିନା ମେକ୍ ଅପ୍ର ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ୍ ମିଳିଛି।
ସେ ଫଟୋରେ ଏକ ସାଧାରଣ ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ବେକରେ ଏକ ଚେନ୍ ପକାଇଛନ୍ତି। ଫଟୋରେ ଦୀପିକାଙ୍କ ମୁହଁରେ ସୂର୍ଯ୍ୟ କିରଣ ପଡ଼ିଥିବା ବେଳେ ତାଙ୍କ ନୋ-ମେକ୍ଅପ୍ ଲୁକ୍ ଅନ୍ୟମାନଙ୍କ ମେକ୍ଅପ୍ ଲୁକ୍ଠାରୁ ବି ଯଥେଷ୍ଟ ଆକର୍ଷଣୀୟ ଦିଶୁଛି। ତେବେ ତାଙ୍କର ଏହି ଫଟୋକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ବିଶ୍ବର ବଛା ବଛା କେତେ ଜଣ ବିୟୁଟି ଇନ୍ଫ୍ଲୁଏନ୍ସର୍ଙ୍କ ମଧ୍ୟରୁ ଅନ୍ୟତମ ମାଳବିକା ସିତଲାନି ବି ବେଶ୍ ପସନ୍ଦ କରିଛନ୍ତି। ଦୀପିକାଙ୍କ ଫଟୋରେ ମାଳବିକା ‘ତ୍ବଚା’ ବୋଲି ଲେଖି ତାହା କଡ଼ରେ ଦୁଇଟି ହାର୍ଟ ଇମୋଜି ଦେଇଛନ୍ତି।
View this post on Instagram
ନିକଟରେ ଦୀପିକା ପାଦୁକୋନ ମଧ୍ୟ ହଲିଉଡ ଅଭିନେତା ଦୱାନେ ଜନସନଙ୍କ ଏକ ପୋଷ୍ଟ୍ରେ କମେଣ୍ଟ୍ ଦେଇ ଚର୍ଚ୍ଚାକୁ ଆସିଥିଲେ। ଜନସନ ଏକ ପୋଷ୍ଟ୍ରେ ବିଶାଦଗ୍ରସ୍ତତା କ’ଣ ମୁଁ ଜାଣେନା ବୋଲି ଲେଖିଥିବା ବେଳେ ‘ବିଶାଦଗ୍ରସ୍ତତାର ଜୀବନରେ ଗୁରୁତ୍ବ ରହିଛି’ ବୋଲି କମେଣ୍ଟ୍ କରିଥିଲେ ଦୀପିକା। ଏପରିକି ଅତୀତରେ ଦୀପିକା ନିଜେ ବିଶାଦଗ୍ରସ୍ତ ରହିବା ପରେ ତାହାର ମୁକାବିଲା କରିବା ପରେ ମାନସିକ ସ୍ବାସ୍ଥ୍ୟ ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରିଥିଲେ।