କରଣ ଜୋହରଙ୍କ ପ୍ରତି ଆଗ୍ରହୀ ଥିଲେ ଫର୍‌ହା, କାହିଁକି ମନା କରିଦେ‌ଲେ କରଣ ?

ମୁମ୍ବାଇ: ଆଜି ‌ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଫର୍‌ହା ଖାନ୍‌ଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ଫର୍‌ହାଙ୍କ ସଂପର୍କିତ ଏକ ଅଜଣା କଥା ଆମେ ଆପଣଙ୍କୁ ଜଣାଇବୁ। ଆପଣ ଜାଣନ୍ତି କି ଏକ ସମୟରେ ଫର୍‌ହା କରଣ ଜୋହରଙ୍କ ଉପରେ ନିଜର ଆଗ୍ରହ ପ୍ରକାଶ କରିିଥିଲେ ଓ କରଣ ଜୋହରଙ୍କ ପକ୍ଷରୁ କୌଣସି ସବୁଜ ସଂକେତ ନମିଳିବାରୁ ସେ ବିଫଳ ମଧ୍ୟ ହୋଇଥିଲେ।

ଫର୍‌ହା ଓ କରଣ ଅନେକ ଦିନରୁ ପରସ୍ପରଙ୍କ ବନ୍ଧୁ ବୋଲି ଆପଣ ଜାଣିଥିବେ ନିଶ୍ଚୟ। କରଣ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ କି ସେ ଦୁହିଁଙ୍କର ୨୫ ବର୍ଷର ବନ୍ଧୁତ୍ବ ମଧ୍ୟରେ ଫର୍‌ହା ଏକଦା ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ଫର୍‌ହା ଅନ୍ୟ ଜଣଙ୍କୁ ବିବାହ କରି ୩ଟି ସନ୍ତାନଙ୍କ ମାଆ ହୋଇ ସାରିଛନ୍ତି।

ସଜିଦ୍‌ ଖାନ୍‌ ଓ ରି‌ତେଶ ଦେଶମୁଖଙ୍କ ଦ୍ବାରା ହୋଷ୍ଟ୍‌ କରାଯାଉଥିବା ଟକ୍‌ ସୋ ‘ୟାରୋଁ କି ବାରାତ୍‌’ ରେ କରଣ ଫର୍‌ହାଙ୍କ ସଂପର୍କିତ ଏହି କଥାର ଖୁଲାସା କରିଛନ୍ତି। ଏପରିକି ଫର୍‌ହା ମଧ୍ୟ ଏହି କଥାକୁ ସ୍ବୀକାର କରିଛନ୍ତି ଯେ ସେ ଏକ ସମୟରେ କର୍‌ଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ।

କରଣ କହିଥିଲେ କି ସ୍କଟ୍‌ଲାଣ୍ଡ୍‌ରେ ‘କୁଛ୍‌ କୁଛ୍‌ ହୋତା ହୈ’ ସୁଟିଂ ସମୟରେ ହୋଟେଲ୍‌ରେ ରହୁଥିବା ବେଳେ ଫର୍‌ହା ତାଙ୍କ ରୁମ୍‌ରେ ଭୂତ ଅଛି ବୋଲି କହି କରଣଙ୍କ ରୁମ୍‌କୁ ଅ‌ାସିଥିଲେ, ଯାହାକୁ କରଣ ଏକ ବାହାନା ବୋଲି ମଧ୍ୟ ମଜାରେ କହିଛନ୍ତି।

ତେବେ ଫର୍‌ହାଙ୍କ ପ୍ରସ୍ତାବଙ୍କୁ କରଣ କାହିଁକି ଗ୍ରହଣ କଲେ ନାହିଁ ବୋଲି ପଚରା ଯିବାରୁ ସେ କହିଥିଲେ କି ଗୋଟାଏ ବୈଷୟିକ ସମସ୍ୟା ହେତୁ(ମଜାକିଆ ଢଙ୍ଗରେ) ସେ ଫର୍‌ହାଙ୍କ ପ୍ରସ୍ତାବକୁ ଗ୍ରହଣ କରିପାରି‌ଲେ ନାହିଁ। କରଣ କହିଛନ୍ତି, ‘ମୁଁ ତାଙ୍କୁ କହିଲି ଟେଲିଭିଜନଙ୍କ ଚ୍ୟାନେଲ୍‌ ବି ଚାଲିବା ଦରକାର। ତେଣୁ ଏହି ଟିଭିକୁ ବନ୍ଦ କରିବାକୁ ପଡ଼ିବ।’

ସମ୍ବନ୍ଧିତ ଖବର