‘ଡିଡିଏଲ୍‌ଜି’ର ରାଜ ଓ ସିମ୍‌ରନ ପାଲଟିଲେ ଦିବ୍ୟଙ୍କା ଓ ସ୍ୱାମୀ ବିବେକ, ପ୍ରଶଂସକଙ୍କ ଅନୁରୋଧରେ ସେୟାର୍‌ କଲେ ଭିଡିଓ

ମୁମ୍ବାଇ: ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ ଓ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦିଲ୍‌ଓ୍ଵାଲି ଦୁଲ୍‌ହନିଆଁ ଲେଜାଏଁଗେ’ ଚଳଚ୍ଚିତ୍ରଟି ଅନେକ ସିନେ ପ୍ରେମୀଙ୍କ ହୃଦୟରେ ବସିଛି। ୧୯୯୫ ମସିହାର ଆଦିତ୍ୟ ଚୋପ୍ରାଙ୍କ ଏହି ସିନେମାରେ ଦେଖିବାକୁ ମିଳିଥିବା ରାଜ ଓ ସିମ୍‌ରନଙ୍କ ରୋମାନ୍ସ ପ୍ରାୟ ପ୍ରତ୍ୟେକ ଭାରତୀୟ ସିନେ ପ୍ରେମିଙ୍କ ପ୍ରିୟ ପାଲଟି ଯାଇଛି।

ଲୋକପ୍ରିୟ ଚଳଚ୍ଚିତ୍ର ଡିଡିଏଲ୍‌ଜିର ଅନ୍ୟତମ ପ୍ରସିଦ୍ଧ ଗୀତ ହେଉଛି ‘ତୁଝେ ଦେଖା ତେ ୟେ ଜାନା ସନମ’ ଏବେ ସେହି ଗୀତରେ ଦେଖିବାକୁ ମିଳିଛନ୍ତି ପ୍ରସିଦ୍ଧ ଟେଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ବିବେକ ଦହିୟା।

 

 

View this post on Instagram

 

When Raj from Andheri comes to find his Simran in a village near Bhopal. #CheekyMusical #HoliSpecial #OnPublicDemand

A post shared by Vivek Dahiya (@vivekdahiya) on

ତେବେ, ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏପରି ଏକ ଦୃଶ୍ୟର ସୁଟିଂ କରିବାକୁ ଦିବ୍ୟଙ୍କାଙ୍କ ତାଙ୍କର ଅନେକ ପ୍ରଶଂସକ ଅନୁରୋଧ କରିବା ପରେ ସେ ସେମାନଙ୍କ ଅନୁରୋଧ ରକ୍ଷା କରି ‘ତୁଝେ ଦେଖା ତେ ୟେ ଜାନା ସନମ’ ଗୀତରେ ନିଜର ଏକ ଭିଡିଓ ବନାଇଛନ୍ତି।

ଭିଡିଓ ବନାଇ ଦିବ୍ୟଙ୍କା ତାହାକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଭଡିଓରେ ସେ ଦୁହେଁ ଅବିଳକ ଶାହାରୁଖ ଓ କାଜଲଙ୍କ ପରି ପୋଷାକ ପିନ୍ଧି ସେମାନଙ୍କ ପରି ଟେକ୍‌ ଦେଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର