ସୈଫ୍‌ଙ୍କ ୫୦ତମ ଜନ୍ମଦିନରେ ଏକ ହୃଦୟ ଭରା ଭିଡିଓ ବନାଇ ସୋସିଆଲ୍‌ ମିଡିଆରେ ସେୟାର କଲେ ପତ୍ନୀ କରୀନା

ମୁମ୍ବାଇ: ପତି ସୈଫ୍‌ ଅଲ୍ଲି ଖାନ୍‌ଙ୍କ ୫୦ତମ ଜନ୍ମଦିନ ଅବସରରେ ଏକ ଚମତ୍କାର ଭିଡିଓ ବନାଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର୍‌ କରିଛନ୍ତି ପତ୍ନୀ କରୀନା କପୁର୍‌। ରବିବାର ସୈଫ୍‌ ୫୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଅଭିନେତ୍ରୀ କରୀନା ତାଙ୍କ ଜୀବନର ୫୦ ବର୍ଷ ମଧ୍ୟରେ କ୍ୟାପଚର ହୋଇଥିବା ଫଟୋକୁ ନେଇ ୨୨ ମିନିଟର ଏକ ଲମ୍ବା ଭିଡିଓ ପ୍ରସ୍ତୁତ କରିଥିଲେ। ସେହି ଭିଡିଓରୁ ଅନ୍ୟ ଏକ ସଂକ୍ଷିକ୍ତ ଭିଡିଓ କରି ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ‌ସେୟାର୍‌ କରିଛନ୍ତି।

ଭିିଡିଓରେ ସୈଫ୍‌ଙ୍କ ପିଲା ଦିନରୁ ଏବେ ପର୍ଯ୍ୟନ୍ତ ୫୦ ବର୍ଷର ସ୍ମୃତି ଯୋଡ଼ା। ଏଥିରେ ତାଙ୍କ ପିଲାଦିନର ମୂହୁର୍ତ୍ତ ‌ସବୁ ଦେଖିବାକୁ ମିଳିଛି। ବାପା ମନସୁର ଅଲି ଖାନ ପଟୌଦି ଓ ମାଆ ଶର୍ମିଳା ଟାଗୋରଙ୍କ ସହ ସୈଫ୍‌ଙ୍କ ଫଟୋରୁ ନେଇ ‌ତାଙ୍କ ପିଲା ସାରା ଅଲି ଖାନ, ଇବ୍ରାହିମ ଅଲି ଖାନ ଏବଂ ତୈମୁର ଅଲ୍ଲି ଖାନ୍‌ଙ୍କର ଫିଟୋ ବି ସୈଫ୍‌ଙ୍କ ସହ ଦେଖିବାକୁ ମିଳିଛି । ଭିଡିଓରେ କରୀନା କିଛି ବ୍ୟକ୍ତିଗତ ନୋଟ୍‌ ବି ଲେଖିଛନ୍ତି।

 

କରୀନା ‌ଭିଡିଓଟିକୁ ପୋଷ୍ଟ୍‌ କରି ଲେଖିଛନ୍ତି, ‘ମୁଁ ସୈଫ୍‌ଙ୍କ ୫୦ ବର୍ଷର ଜୀବନକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲି, ଯାହା ମୁଁ ଗତ ରାତିରେ ତାଙ୍କ ସହ ସେୟାର କରିଛି। ଏହା ୨୨ ମିନିଟ୍ ଲମ୍ବା ଥିଲା। ତାପରେ ବି ମୋତେ ତାଙ୍କୁ ଆହୁରି ଅନେକ କିଛି କହିବାର ଥିଲା। ମୋ ହୃଦ୍‌ୟକୁ ଛୁଇଁଥିବା ତାଙ୍କ ଜୀବନର ୫୦ଟି ଫଟୋରେ ବନାଇଥିବା ଭିଡିଓରୁ କିଛିଟା ମୁଁ ସେୟାର କରୁଛି। ଜନ୍ମଦିନର ଶୁଭେଚ୍ଛା।’

ସମ୍ବନ୍ଧିତ ଖବର