ବିରୋଧୀଙ୍କୁ ବିରୋଧ ନ କରି ୧୫୦ଜଣଙ୍କୁ ପୁଣି ଥରେ ନିଯୁକ୍ତି ଦେଇଥିଲେ ବିଗ୍‌ ବି,ଜାଣନ୍ତୁ କ’ଣ ଥିଲା ପୂରା ଘଟଣା

ମୁମ୍ବାଇ : ଗତକାଲି ନିଜର ୭୬ତମ ଜନ୍ମଦିନ ପାଳନ କରିଛନ୍ତି  ବିଗ୍‌ ବି ଅମିତାଭ ବଚ୍ଚନ । ଅନେକ କାରଣ ପାଇଁ ସେ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପରିବାର ଲୋକଙ୍କ ସହ ପାଳନ କରି ନ ଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ତାଙ୍କ ଜନ୍ମଦିନକୁ ଖାସ୍‌ କରିବାରେ କୌଣସି ଅଭାବ ରଖିନଥିଲେ । ପ୍ରଶଂସକମାନଙ୍କୁ  ଘର ବାହାରକୁ ଆସି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ କୌନ୍‌ ବନେଗା କରୋଡ଼ପତିରେ ମଧ୍ୟ ଏକ ଭିଡ଼ିଓ ସାହାଯ୍ୟରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣା ଯାଇଥିଲେ । ଭିଡ଼ିଓ ମାଧ୍ୟମରେ ତାଙ୍କର ଜଣେ ପୁରୁଣା ବନ୍ଧୁ ବିଗ୍‌ ବିଙ୍କ ସହ ଜଡ଼ିତ ଏକ ବଡ଼ ରାଜର ଖୁଲାସା କରିଥିଲେ । ସୋ’ରେ ଏକ ଭିଡ଼ିଓ ପ୍ଲେ କରାଯାଇଥିଲା, ଯେଉଁଥିରେ କୃପାଶଙ୍କର ନାମକ ଜଣେ ବୃଦ୍ଧ ଅମିତାଭଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ ।

୧୯୮୪ରେ ଆହ୍ଲାବାଦ୍‌ରୁ କଂଗ୍ରେସ ତରଫରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଅଭିତାଭ ବଚ୍ଚନ । ଏହି ନିର୍ବାଚନରେ ସେ ଆହ୍ଲାବାଦ୍‌ର ଦିଗ୍ଗଜ ନେତା ହୈମବତୀ ନନ୍ଦନ ବହୁଗୁଣାଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ଏହି ନିର୍ବାଚନରେ ଅମିତାଭଙ୍କୁ ବିରୋଧ କରିଥିବା ୧୫୦କର୍ମୀଙ୍କୁ ଏଜି ଅଫିସରୁ ବାହାର କରି ଦିଆଯାଇଥିଲା । ଘଟଣା ବିଷୟରେ ଜାଣିବା ପରେ ଅମିତାଭ ସେମାନଙ୍କୁ ପୁଣି ନିଯୁକ୍ତି ଦେଇଥିଲେ ।

freepressjournal.in

ଏହି ଘଟଣା ସଂପର୍କରେ କୃପାଶଙ୍କର  କହିଛନ୍ତି, ଏଥି ପାଇଁ ମୁଁ ତାଙ୍କ ପାଖରେ ଋଣୀ । ଆମେ ଏବେ ୭୫-୭୬ବର୍ଷରେ ପାଦ ଦେଲାଣୁ । ଚାଲିବାରେ ଅସୁବିଧା ଅନୁଭବ ହେଲାଣି । କିନ୍ତୁ ଆମ ବୟସରେ ହୋଇ ମଧ୍ୟ ଆପଣ ଯେଉଁ କାମ କରୁଛନ୍ତି । ତାହାକୁ ଦେଖି ଆପଣ ଏବେ ବି ଯୁବକ ଥିଲା ଭଳି ଲାଗୁଛି।’

ସମ୍ବନ୍ଧିତ ଖବର