ମୁମ୍ବାଇ: କାନ୍ନାଡାରେ ୮୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ବଲିଉଡ୍ର ଖ୍ୟାତନାମା କଳାକାର କାଦର ଖାନ। କାଦରଙ୍କ ମୃତ୍ୟୁରେ ପୂରା ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। କାଦରଙ୍କୁ ବହୁ ରାଜନେତାଠାରୁ ନେଇ ବଲିଉଡ୍ କଳାକାରମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅମିତାଭ ବଚ୍ଚନ, ଅନୁପମ୍ ଖେର୍, ଅକ୍ଷୟ କୁମାର ଆଦି ବଲିଉଡ୍ କଳାକାରମାନେ କାଦର ଖାନଙ୍କ ପରଲୋକ ପରେ ଟୁଇଟର୍ରେ ଶୋକ ପ୍ରକାଶ କରିଛନ୍ତି।
T 3045 - Kadar Khan passes away .. sad depressing news .. my prayers and condolences .. a brilliant stage artist a most compassionate and accomplished talent on film .. a writer of eminence ; in most of my very successful films .. a delightful company .. and a mathematician !! pic.twitter.com/l7pdv0Wdu1
— Amitabh Bachchan (@SrBachchan) 1 January 2019
ଅମିତାଭ ବଚ୍ଚନ କାଦର ଖାନଙ୍କ ଉଦେଶ୍ୟରେ ଟୁଇଟ୍ କରି ଲେଖିଛନ୍ତି ଯେ ‘କାଦରଙ୍କ ମୃତ୍ୟୁ ଏକ ଅତ୍ୟନ୍ତ ଦୁଃଖଦ ଖବର। ତାଙ୍କ ଆତ୍ମାର ସଦ୍ଗତି ପାଇଁ ମୁଁ ପ୍ରାର୍ଥନା କରୁଛି। ଚଳଚ୍ଚିତ୍ର ଦୁନିଆରେ ସେ ଜଣେ ଦକ୍ଷ କଳାକାର। ମୋର ଅନେକ ସଫଳ ଚଳଚ୍ଚିତ୍ରର ସେ ଲେଖକ।’
#KaderKhan Saab was one of the finest actors of our country. It was a joy and a learning experience to be on the sets with him. His improvisational skills were phenomenal. His humour was eternal and original. He was a wonderful writer. We will miss him & his brilliance.?? pic.twitter.com/m9z1yix9HB
— Anupam Kher (@AnupamPKher) 1 January 2019
ସେହିପରି ଅନୁପମ ଖେର ଲେଖିଛନ୍ତି, ‘କାଦର ଖାନ ଆମ ଦେଶର ଜଣେ ନିଖୁଣ ଅଭିନେତା। ସେଟ୍ରେ ତାଙ୍କ ସହ ରହିବା ଅନନ୍ଦ ଓ ଅନୁଭୂତି ସାଉଁଟିବାର କଥା। ସେ କରୁଥିବା ବ୍ୟଙ୍ଗ ପୂରା ଅସଲି। ସେ ଜଣେ ବ୍ୟାଙ୍ଗାତ୍ମକ ସ୍ୱଭାବର ବ୍ୟକ୍ତି ସଙ୍ଗେ ସଙ୍ଗେ ଜଣେ ଉତ୍ତମ ଲେଖକ ମଧ୍ୟ।’
Saddened to learn about the demise of #KaderKhan Saab, had the good fortune of working with him in quite a few films...a fine actor and an even better comedian. My thoughts and prayers with his family ??
— Akshay Kumar (@akshaykumar) 1 January 2019
ସେହିପରି ଅକ୍ଷୟ କୁମାର କିଛି ଚଳଚ୍ଚିତ୍ରରେ କାଦର ଖାନଙ୍କ ସହ କାମ କରିଥିବାରୁ ନିଜର ଖୁସି ବ୍ୟକ୍ତି କରିଛନ୍ତି। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର୍ କାଦର ଖାନଙ୍କ ପାଇଁ ଟୁଇଟର୍ରେ ଶୋକ ପ୍ରକାଶ କରିଛନ୍ତି। ମଧୁର ଭଣ୍ଡାରକର, ଅର୍ଜୁନ କପୁର, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖ ମଧ୍ୟ ଟୁଇଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।
Mere pasandida abhineta aur lekhak Kadar Khan ji ke nidhan ki vaarta sunke mujhe bahut dukh hua.hamari film Industry ne ek bahut accha kalakar aur lekhak kho diya. Meri unko vinamra shraddhanjali.
— Lata Mangeshkar (@mangeshkarlata) 1 January 2019