ମୁମ୍ବାଇ : ବାହୁବଳୀ ଚଳଚ୍ଚିତ୍ରରୁ ସମସ୍ତଙ୍କ ହୃଦୟର ସ୍ପନ୍ଦନ ପାଲିଟିଥିବା ଅଭିନେତା ପ୍ରଭାସ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥର ସେ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହଁ ବରଂ ତାଙ୍କ ନଖରାମି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ବର୍ତ୍ତମାନ ଉଭୟ ବଲିଉଡ୍ ଏବଂ ଟଲିଉଡ୍ରେ ପ୍ରଭାସଙ୍କର ବହୁତ ଚାହିଦା ରହିଛି। ସମସ୍ତ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ପ୍ରଭାସଙ୍କ ସହିତ ଚଳଚ୍ଚିତ୍ର କରିବା ପାଇଁ ଆଶାବାନ୍ଧି ବସିଛନ୍ତି ।ସେହି ତାଲିକାରେ ରହିଛନ୍ତି ବଲିଉଡର ପ୍ରସିଦ୍ଧ ପ୍ରଯୋଜକ- ନିର୍ଦ୍ଦେଶକ କରଣ ଜୋହର । ସେ ପ୍ରଭାସଙ୍କୁ ବଲିଉଡରେ ଲଞ୍ଚ କରିବା ପାଇଁ ଦୁଇ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି ।
/sambad/media/post_attachments/wp-content/uploads/2018/05/karan-baahubali-1509172676-300x187.jpg)
ଧର୍ମା ପ୍ରଡକ୍ଟସନର ମୁଖ୍ୟ କରଣ ଜୋହରଙ୍କୁ ପ୍ରଭାସ ୨୦ କୋଟି ଟଙ୍କା ପାରିଶ୍ରମିକ ମାଗିବାରୁ କରଣ ତାଙ୍କ ସହିତ ଚଳଚ୍ଚିତ୍ର କରିବା ପାଇଁ ସକ୍ଷମ ନୁହନ୍ତି ବୋଲି କହିଥିବା ବେଳେ ବର୍ତ୍ତମାନ କହିଛନ୍ତି ସମୟର ଅଭାବ । କରଣଙ୍କ ଅଫରକୁ ଦ୍ୱିତୀୟ ଥର ପାଇଁ ପ୍ରଭାସ ନାମଞ୍ଜୁର କରିଛନ୍ତି । ପ୍ରଭାସ ତାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ରହିଥିବାରୁ ତାଙ୍କ ପାଖରେ ସମୟର ଘୋର ଅଭାବ ରହିଥିବା ସେ କହିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି ପ୍ରଭାସ । ଏଥିରେ ପ୍ରଭାସଙ୍କ ବିପକ୍ଷରେ ଫିଲ୍ମ ‘ଆଶିକି-୨’ ନାୟିକା ଶ୍ରଦ୍ଧା କପୁର ରହିଥିବା ବେଳେ ଏହାର ସୁଟିଂ ବର୍ତ୍ତମାନ ଆବୁଧାବିରେ ଚାଲୁ ରହିଛି ।