ପୁଣି ଥରେ ରଣବୀର-ଦୀପିକା

୨୦୦୮ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିଥିଲା ‘ବଚ୍‌ନା ୟେ ହସିନୋ’। ୨୦୧୫ ନଭେମ୍ବର ୨୭ ତାରିଖରେ ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ‘ତମାସା’। ଏଇ ମୁଭିରେ ପ୍ରେମୀଯୋଡ଼ି ଥିଲେ ଦୀପିକା-ରଣବୀର। ନାୟକ ରଣବୀର ଯୁବକ ବେଦ ଚରିତ୍ରରେ ଅବତୀର୍ଣ୍ଣ ହେଇଥିଲେ। ବେଦ ସମାଜରେ ବଞ୍ଚିବା କଷ୍ଟକର ହେଇପଡ଼ିଥିଲା, କାରଣ ସେ ନିଜର ପରିଚୟ ହରାଇବସିଥିଲା। କିନ୍ତୁ ପ୍ରେମିକା ତାରା ତାକୁ ଭଲପାଇବା ପରେ ବେଦ ମଣିଷ ପରି ବଞ୍ଚି ରହିବା ପାଇଁ ସବୁକିଛି ପାଇଯାଇଥିଲା। ସବୁଠୁ ଏ ଦୁହିଁଙ୍କ ଯୋଡ଼ି ଜମିଥିଲା ‘ୟେ ଜୱାନି ହୈ ଦିୱାନି’ ଚଳଚ୍ଚିତ୍ରରେ। ପ୍ରେମିକ ବନି ତା’ ପ୍ରେମ ବାବଦରେ ସବୁ କହିପକାଉଥିଲା, ହେଲେ ପ୍ରେମିକା ନୈନା ନିରବ ରହୁଥିଲା। ଯେତେବେଳେ ନୈନା ବନିକୁ ଭଲପାଉଛି ବୋଲି ପ୍ରକାଶ କଲା, ସେତେବେଳକୁ ବନି ଦେଶାନ୍ତର ହେଇଯାଇଥିଲା। ପ୍ରେମ, ବିରହ, ଆନନ୍ଦ, ଆବେଗ; ସବୁକିଛି ପ୍ରତିଫଳିତ ଏଇ ଚଳଚ୍ଚିତ୍ରରେ।

ଏପରିକି ନିରୋଳା ପ୍ରେମକୁ ନେଇ ତିଆରି ହେଇଥିବା ଚଳଚ୍ଚିତ୍ରଠାରୁ ଏଇ ପ୍ରେମ ବିରହ ଆଧାରିତ ଚଳଚ୍ଚିତ୍ରଟି ସବୁ ବୟସ ଓ ସବୁ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ଏପରିକି ଆଶାଜନକ ବ୍ୟବସାୟିକା ସଫଳତା ଲାଭ କରି ଚଳଚ୍ଚିତ୍ରଟି ଆଇଏମ୍‌ଡିବି ଅର୍ଥାତ୍ ଇଣ୍ଟର୍‌ନେଟ୍ ଡାଟାବେସ୍ ମୁଭି ତାଲିକାରେ ଅନ୍ତର୍ଭୁକ୍ତ ହେଇଥିଲା। ସମ୍ଭବତଃ ଦର୍ଶକଙ୍କ ଗ୍ରହଣୀୟତାକୁ ନେଇ ପ୍ରଯୋଜକ ପୁଣି ଏଇ ଚଳଚ୍ଚିତ୍ରର ସିକ୍ୟୁଏଲ୍ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ତେବେ ‘ୟେ ଜୱାନି ହୈ ଦିୱାନି’ର ଦ୍ବିତୀୟ ଭାଗ ପାଇଁ ସେ କାହାକୁ ପ୍ରେମୀଯୋଡ଼ି ଭାବେ ଛିଡ଼ା କରିବେ? ଶୁଣାଯାଉଛି ଏଥିପାଇଁ ସେ ଉଭୟ ଦୀପିକା-ରଣବୀରଙ୍କୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆମନ୍ତ୍ରଣ କରିଛନ୍ତି। ପୁଣି ପରଦାରେ ଏକାଠି ଦେଖିବାକୁ ମିଳିବେ ଦୀପିକା-ରଣବୀର। ଏଥର ସ୍ବାମୀ ରଣବୀରଙ୍କ ସହ ନୁହେଁ, ବରଂ ପରଦାର ପୂର୍ବ ଯୋଡ଼ି ତଥା ପୁରୁଣା ପ୍ରେମିକ ରଣବୀରଙ୍କ ସହ ଦୀପିକା ଦର୍ଶକଙ୍କ ନଜରକୁ ଆସିବେ।

ଆମେ କହୁଛୁ ରଣବୀର କପୁର ଓ ଦୀପିକା ପାଦୁକୋନଙ୍କ କଥା। ଦର୍ଶକ ‘ବଚ୍‌ନା ୟେ ହସିନୋ’ ଚଳଚ୍ଚିତ୍ରରେ ଏଇ ଯୋଡ଼ିଙ୍କୁ ପ୍ରଥମେ ଦେଖିଥିଲେ। ଏଥିରେ ରଣବୀରଙ୍କ ବିପକ୍ଷର ଦୁଇ ନାୟିକା ସାଜିଥିଲେ ବିପାଶା ବସୁ ଓ ଦୀପିକା ପାଦୁକୋନ୍। ରାଜ ଭୂମିକାରେ ଅବତୀର୍ଣ୍ଣ ରଣବୀର ପ୍ରେମିକ ସାଜି ଥରକୁଥର ପ୍ରେମିକା ବଦଳାଉଥିଲା। ଏହାଦ୍ବାରା ପ୍ରେମିକ ରାଜ ମଧ୍ୟ ଭିନ୍ନ ଭିନ୍ନ ଶିକ୍ଷା ପାଉଥିଲା। କେବଳ ଡ୍ରାମା ବା ଡାଇଲଗ୍ ନୁହେଁ ବରଂ ଏଥିରେ ଥିବା ଗୀତ ଓ ଗୀତଦୃଶ୍ୟ ଚଳଚ୍ଚିତ୍ରଟିକୁ ସଫଳତା ଦେବାରେ ଯଥେଷ୍ଟ ସହାୟକ ହେଇଥିଲା।

ସମ୍ବନ୍ଧିତ ଖବର