ପତ୍ନୀ ଟ୍ୱିଙ୍କିଲଙ୍କୁ ପିଆଜର କାନଫୁଲ ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ପୂରା ଦେଶରେ ପିଆଜର ଦର ବୃଦ୍ଧିକୁ ନେଇ ଚିନ୍ତା ଘାରିଛି । ଯାହାକୁ ନେଇ ଗ୍ରାହକ ହନ୍ତସନ୍ତ ହେଉଥିବାବେଳେ ସୋସିଆଲ ମିଡିଆରେ ପିଆଜର ଦରବୃଦ୍ଧି ନେଇ କିଛି ବ୍ୟକ୍ତି ଅଜବ ଗଜବ ପୋଷ୍ଟ ମଧ୍ୟ କରୁଛନ୍ତି । ଏବେ ପିଆଜକୁ ନେଇ ବଲିଉଡ ଦୁନିଆରୁ ଖବର ଆସିଛି । ଅଭିନେତା ଅକ୍ଷୟ କୁମାର ନିଜ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କିଲ ଖନ୍ନାଙ୍କୁ ପିଆଜରେ ନିର୍ମିତ କାନଫୁଲ ଉପହାର ଦେଇଛନ୍ତି ।

Photo-ZeeNews

ଅପକମିଂ ଫିଲ୍ମ ‘ଗୁଡ଼ନ୍ୟୁଜ’ ର ପ୍ରମୋସନ ପାଇଁ ନିକଟରେ ଅକ୍ଷୟ, କରୀନା ଓ ଦିଲଜିତ, ଦ କପିଲ ଶର୍ମା ଶୋରେ ପହଁଚିଥିଲେ । ଯେଉଁଠି କପିଲ କରୀନାଙ୍କୁ ପିଆଜରେ ତିଆରି କାନଫୁଲ ଉପହାର ଭାବେ ଦେଇଥିଲେ । ତେବେ କରୀନାଙ୍କୁ ଏହା ବିଶେଷ ପସନ୍ଦ ଆସିନଥିଲା ଓ ଅକ୍ଷୟ ସେଟରୁ ଏହି କାନଫୁଲ ପତ୍ନୀଙ୍କ ପାଇଁ ନେଇ ଆସିଥିଲେ ।

ଟ୍ୱିଙ୍କିଲଙ୍କୁ ଗୋଟେ ମଜାଳିଆ ଉପହାର ଦେବାକୁ ଯାଇ ଏହି ପିଆଜର କାନଫୁଲ ଦେଇଥିଲେ ଅକ୍ଷୟ । ଯାହାକୁ ଦେଖି ଟ୍ୱିଙ୍କିଲ ମଧ୍ୟ ବେଶ ଖୁସି ହୋଇଯାଇଥିଲେ ।ନିଜ ଇନଷ୍ଟାଗ୍ରାମ ପେଜରେ ଉପହାର ଫଟୋକୁ ଟ୍ୱିଙ୍କିଲ ପୋଷ୍ଟ କରିଛନ୍ତି । ଏଠାରେ ସୂଚନା ଥାଉ କି ଡିସେମ୍ବର ୨୭ ତାରିଖରେ ଫିଲ୍ମ ‘ଗୁଡ଼ନ୍ୟୁଜ’ ରିଲିଜ ହେବ |

ସମ୍ବନ୍ଧିତ ଖବର