ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଏସବୁ ଭିତରେ ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ।
ତେବେ ସୋନୁଙ୍କ ସାହାଯ୍ୟ ଦେଖି କେହିକେହି ନିଜର ରେସ୍ତୋରାଁର ନାମ ଅଭିନେତାଙ୍କ ନାମ ରଖିଥିବା ବେଳେ ଆଉ କିଏ ନିଜେ ସନ୍ତାନ ନାମ ସୋନୁ ସୁଦ ହିଁ ରଖି ଦେଇଛନ୍ତି। ସେ ଅନେକ ଭଙ୍ଗା ଘରକୁ ଯୋଡ଼ିଛନ୍ତି। ଲୋକମାନଙ୍କୁ ନିଜ ଘରେ ପହଞ୍ଚାଇଛନ୍ତି। ଏହାରି ଭିତରେ ଏକ ଟୁଇଟ ସାମ୍ନକୁ ଆସିଛି। ସୋନୁ ନିକଟରେ ଜଣେ ଶିଶୁକୁ ସାହାଯ୍ୟ କରିଛନ୍ତି। ଯାହାକୁ ନେଇ ସେ ପୁଣିଥିରେ ଚର୍ଚ୍ଚାରେ ରହିଛନ୍ତି। ଜଣେ ଶିଶୁର ହୃଦୟରେ ଏକ ଛିଦ୍ର ଥିଲା। ଶିଶୁର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ଏକଥା ଜାଣିବା ପରେ ସୋନୁ ସୁଦ ଶିଶୁର ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।
@SonuSood सोनू सर ये बच्चा का दिल मे Hole हैं (बिहार से हैं)सर हमलोग यानी 40 लड़के आपस मे colect करकर मिलकर लगभग 25kदिये.अब सर बस आप ही अंतिम आशा हैं.इलाज के लिए सर एशका operation बंगलुरु मे डॉक्टर बोला हैं तो सर आपसे help चाहिए बस एशको हॉस्पिटल मे दाखिला के लिए 🙏 @sumita_salve pic.twitter.com/Ck8Ac4CjyD
— धीरज कुमार (@Dheeraj53899824) October 26, 2020
समझो हो गया । https://t.co/M79DruToMr
— sonu sood (@SonuSood) October 26, 2020
ଧୀରଜ କୁମାର ନାମକ ଟୁଇଟର ବ୍ୟବହାରକାରୀ ଏହି ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ସୋନୁ ସାର ଏହି ଶିଶୁର ହୃଦୟରେ ଏକ ଛିଦ୍ର ହୋଇଛି। ୪୦ଜଣ ଭିତରେ ଟଙ୍କା ଆଦାୟ କରି ୨୦ହଜାର ଟଙ୍କା ଏକାଠି କରିଛୁ। ଏବେ ସାର ଆପଣ ହିଁ ଶେଷ ଆଶା। ଶିଶୁଟି ସୁସ୍ଥ ହେବା ପାଇଁ ଅସ୍ତ୍ରୋପଚାର ନିହାତି ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି।
ଏହି ଟୁଇଟ ଦେଖି ସୋନୁ ସୁଦ ଉତ୍ତରରେ ଲେଖିଥିଲେ, ‘ବୁଝି ପାରିଲି’।
समझो हो गया । https://t.co/M79DruToMr
— sonu sood (@SonuSood) October 26, 2020