‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ ପାଇଲେ ସୋନୁ

ମୁମ୍ବାଇ: ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ସୋନୁ ସୁଦଙ୍କୁ ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ରେ ସମ୍ମାନିତ କରିଛି ।

ଗରିବଙ୍କ ପାଇଁ ବାସ୍ତବ ହିରୋ ପାଲଟିଥିବା ଅଭିନେତା ସୋନୁଙ୍କୁ ଜିସିଓଟିର ତିନି ଦିନିଆ ଭର୍ଚୁଆଲ୍ କନଭେନସନ୍ ପୂର୍ବରୁ ସମ୍ମାନିତ କରାଯାଇଛି। ଏହାର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦ ଅଧ୍ୟକ୍ଷ ଗୁଥା ସୁଖେନ୍ଦ୍ର ରେଡ୍ଡି କରିଥିଲେ । ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ପ୍ରସ୍ତାବ ଦେଇଛନ୍ତି ଯେ ତାଙ୍କ ସଂଗଠନ, ଶକ୍ତି ଅନ୍ନଦାନମ୍ ତାଙ୍କ ସହ କାମ କରିବ ।


Mid-Day

ଜିସିଓଟି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବସନ୍ତ କୁମାର ଦାମସ୍ତପୁରମ୍ କହିଛନ୍ତି ଯେ ସୋନୁ ସୁଦ କୋଭିଡ୍ -୧୯ ମହାମାରୀ ସମୟରେ ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ସହ ଘରକୁ ଫେରିବାରେ ସାହାଯ୍ୟ କରିଥିଲେ।

ତେ‌ବେ ଏହି ପୁରସ୍କାର ପୂର୍ବରୁ ସୋନୁ ଏକ ବଡ଼ ସମ୍ମାନରେ ସମ୍ମାନିତ ହୋଇଥିଲେ। ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସ ସଂକ୍ରମଣ ହେତୁ ଜାରି ହୋଇଥିବା ଲକଡାଉନ ସମୟରେ ବହୁ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବାରେ ଦେବଦୂତ ସାଜିଥିଲେ। ଏହି ସାମାଜିକ କାର୍ଯ୍ୟ ପାଇଁ ଅଭିନେତା ସୋନୁ ସୁଦଙ୍କୁ  ୟୁନାଇଟେଡ ନେସନ୍ସ ଡେଭଲପମେଣ୍ଟ ‌ପ୍ରୋଗ୍ରାମ (ୟୁଏନଡିପି) ଦ୍ବାରା ପ୍ରତିଷ୍ଠିତ ଏସଡିଜି ସ୍ପେଶାଲ ହ୍ୟୁମାନିଟାରିଆନ୍ ଆକ୍ସନ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଏହି ପୁରସ୍କାର ଏକ ଭର୍ଚୁଆଲ୍ ପ୍ରୋଗ୍ରାମ୍ ମାଧ୍ୟମରେ ପ୍ରଦାନ କରାଯାଇଛି।|

ଏହି ପୁରସ୍କାରରେ ସମ୍ମାନିତ ହେବାପରେ ସୋନୁ କହିଥିଲେ,  ‘ଏହା ଏକ ବିରଳ ସମ୍ମାନ। ମିଳିତ ଜାତିସଂଘ ଦ୍ୱାରା ପ୍ରାପ୍ତ ଏହି ସମ୍ମାନ ଅତ୍ୟନ୍ତ ସ୍ୱତନ୍ତ୍ର | କୌଣସି ଆଶା ନ କରି ମୋ ଦ୍ବାରା ଯେତିକି ସମ୍ଭବ ହେଲା ମୁଁ ମୋ ଦେଶବାସୀଙ୍କ ପାଇଁ ସେତିକି କରିଥିଲି। ତେବେ ଏଭଳି ସମ୍ମାନ ମିଳିବା ଦ୍ବାରା ଭଲ ଲାଗିଥାଏ।’

ସମ୍ବନ୍ଧିତ ଖବର