ଶନିବାର ଠାରୁ ଦୂରଦର୍ଶନରେ ପୁଣି ଥରେ ପ୍ରସାରିତ ହେବ ରାମାୟଣ ଓ ମହାଭାରତ, ଟୁଇଟ କରି ସମୟ ଜଣାଇଲା ପ୍ରସାର ଭରତୀ

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହି ବିଭିନ୍ନ ଉପାୟରେ ସମୟ ବିତାଉଛନ୍ତି। ମନୋରଞ୍ଜନ ଶିଳ୍ପ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହେବା ସହ ବର୍ତ୍ତମାନ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ କି କୌଣସି ଟିଭି ସୋ’ର ସୁଟିଂ ମଧ୍ୟ କରାଯାଉନାହିଁ। ଏଭଳି ପରିସ୍ଥିତିକୁ ଦେଖି ଗତକାଲି ବହୁ ଲୋକପ୍ରିୟ ଟିଭି ସୋ’ ରାମାୟଣ ଏବଂ ମହାଭାରତର ପୁନର୍ବାର ପ୍ରସାରଣ କରିବାକୁ ଦୂରଦର୍ଶନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହା ସହ ଖୁବ ଶୀଘ୍ର ପୁନର୍ବାର ପ୍ରସାରଣର ସମୟ ଏବଂ ଦିନ ଘୋଷଣା କରାଯିବ ବୋଲି ଦୂରଦର୍ଶନ ପକ୍ଷରୁ କୁହାଯାଇଥିବା ବେଳେ ଆଜି ପ୍ରସାର ଭାରତୀ ଟୁଇଟ କରି ସମୟ ଓ ଦିନ ଘୋଷଣା କରିଛି |

ଆସନ୍ତାକାଲି ମାର୍ଚ୍ଚ ୨୮ତାରିଖଠାରୁ ଦୂରଦର୍ଶନରେ ପୁଣି ଥରେ ଲୋକ ରାମାୟଣ ଏବଂ ମହାଭାରତ ଦେଖିପାରିବେ | ରାମାୟଣର ଗୋଟେ ଅଧ୍ୟାୟ ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବା ସହ ଅନ୍ୟଟି ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବ | ସେହି ଭଳି ଭାବରେ ମହାଭାରତର ଗୋଟେ ଅଧ୍ୟାୟ ଦିନ ୧୨ଟାରେ ଥରେ ପ୍ରସାରିତ ହେବା ସହ ଅନ୍ୟଟି ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ ବୋଲି ପ୍ରସାର ଭରତୀ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି | |

ସମ୍ବନ୍ଧିତ ଖବର