ଓସ୍କାର୍‌ ସମ୍ମାନ ୨୦୨୨: ୯୪ତମ ଏକାଡେମି ଆୱାର୍ଡସ୍‌ରେ ୩ଟିଯାକ ‘ଟ୍ରଫି’ ପାଇଲା ଚଳଚ୍ଚିତ୍ର ‘କୋଡା’

ମୁମ୍ବାଇ: ୯୪ତମ ଏକାଡେମି ଆୱାର୍ଡସ୍‌ରେ ସମସ୍ତଙ୍କୁ ବିସ୍ମିତ କରିଥିବା ଚଳଚ୍ଚିତ୍ରଟି ହେଉଛି ‘କୋଡା’। ‘ସନ୍‌ଡାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବ ୨୦୨୧’ରେ ‘କୋଡା’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ମାତ୍ର ୩ଟି ବର୍ଗ ପାଇଁ ମନୋନିତ ହୋଇଥିଲା, ଏବଂ ୩ଟି ବର୍ଗରେ ବିଜୟୀ ହେଲା।

‘ଓସ୍କାର୍‌ ୨୦୨୨‌’ରେ ‘କୋଡା’କୁ ‘ବେଷ୍ଟ୍‌ ପିକ୍ଚର୍‌’, ‘ବେଷ୍ଟ୍‌ ଆଡାପ୍‌ଟେଡ୍‌ ସ୍କ୍ରିନ୍‌ପ୍ଲେ’ ଏବଂ ‘ବେଷ୍ଟ୍‌ ସପୋର୍ଟିଙ୍ଗ୍‌ ଆକ୍ଟର୍‌’ ସମ୍ମାନ ମିଳିଛି। ପ୍ରଯୋଜକ ଫିଲିପ୍‌ ରସେଲ୍‌ଟ୍‌, ପାଟ୍ରିକ୍‌ ୱାସ୍‌ବର୍ଗର୍, ଜିରୋମ୍‌ ସିଡୋକ୍ସ୍‌ ଏବଂ ଫ୍ୟାବ୍‌ରାଇସ୍‌ ଜିଆନଫର୍ମି ‘କୋଡା’ ପାଇଁ ‘ବେଷ୍ଟ୍‌ ପିକ୍‌ଚର୍‌ ଆୱାର୍ଡ’ ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ଫ୍ରାଙ୍କ୍‌ ରୋସି ଭୂମିକାରେ ଅଭିନୟ କରିଥିବା ଅଭିନେତା ଟ୍ରୟ କଟ୍‌ସୁର୍‌ ‘ବେଷ୍ଟ୍‌ ସପୋର୍ଟିଙ୍ଗ୍‌ ଆକ୍ଟର୍‌’ ସମ୍ମାନ ଗ୍ରହଣ କରିଥିବା ବେଳେ ସିଆନ୍‌ ହିଡର୍‌ ‘ବେଷ୍ଟ୍‌ ଆଡାପ୍‌ଟେଡ୍‌ ସ୍କ୍ରିନ୍‌ପ୍ଲେ ଆୱାର୍ଡ’ ଗ୍ରହଣ କରିଛନ୍ତି।

Image Courtesy of Newsweek

‘ବେଷ୍ଟ୍‌ ପିକ୍‌ଚର୍‌ ଆୱାର୍ଡ’ ଗ୍ରହଣ କରିବା ବେଳେ ମଞ୍ଚ ଉପରେ ‘କୋଡା’ର ସମ୍ପୂର୍ଣ୍ଣ ଟିମ୍‌ ଉପସ୍ଥିତ ଥିଲେ। ପୁରସ୍କାର ଗ୍ରହଣ କରିବା ବେଳେ ଟିମ୍‌ ତରଫରୁ ପ୍ରଯୋଜକ ଫିଲିପ୍‌ ରସେଲ୍‌ଟ୍‌ ଏକାଡେମିକୁ ଧନ୍ୟବାଦ ଅର୍ପଣ କରି ଭାଷଣ ଦେଇଥିଲେ।

‘କୋଡା’ ହେଉଛି କାନକୁ ଶୁଭୁଥିବା ଝିଅଟିଏ ଥିବା ଏକ ବଧିର ପରିବାର ବିଷୟକ ମର୍ମସ୍ପର୍ଶୀ ଚଳଚ୍ଚିତ୍ର। ସମ୍ପ୍ରତି ‘କୋଡା’ ‘ଆପ୍ଲ୍‌ ଟିଭି’ରେ ପ୍ରସାରିତ ହେଉଛି।

ସମ୍ବନ୍ଧିତ ଖବର