ଆଉ ଥିଏଟର ବା ପ୍ରେକ୍ଷାଳୟରେ ଫିଚର ଫିଲ୍ମ ଚାଲିବା ସମ୍ଭବ ନୁହେଁ। କରୋନା ମହାମାରୀ ପୂର୍ବରୁ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁ ନ ଥିଲା। ଏବେ କୋଭିଡ୍ ସଂକ୍ରମଣ ଏବଂ ଏଥିଜନିତ ଜାରି ହେଇଥିବା କଟକଣା ଯୋଗୁଁ ଦର୍ଶକ ପୂରାପୂରି ପ୍ରେକ୍ଷାଳୟରୁ ମୁହଁ ଫେରାଇ ନେଇଛନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ଦର୍ଶକ ଓଟିଟି ପ୍ଲାଟ୍ଫର୍ମକୁ ଅଧିକ ପସନ୍ଦ କରୁଛନ୍ତି। ଏହା ହଟର୍, ସ୍ପାଇସର୍, ନଟିଅର୍ ଓ ସ୍ମାର୍ଟର୍। ଓଟିଟିରେ ପ୍ରସାରିତ ହେଉଥିବା ସିନେମା ଭିତରେ କିଛି ଅକୁହା କାହାଣୀ, ବିବାଦଶୂନ୍ୟ ଓ ଆଖିକୁ ଆଘାତ ଦେଉ ନ ଥିବା ନିର୍ମାଣ ଶୈଳୀ ଏବଂ ଅସମାନ୍ତରାଳ ଲାଗୁଛି।
ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଓଟିଟିରେ ‘କଞ୍ଚାଲଙ୍କା‘ ପ୍ଲାଟଫର୍ମ ଏହାର ସତ୍ୟଦମ ଉଦାହରଣ। ଏଥିରେ ମୌଳିକ ଓ ତାଜା କାହାଣୀ ଦେଖିବାକୁ ମିଳୁଛି। ପ୍ରଯୋଜକ ଅକ୍ଷୟ ପରିଜା, ବିଭୁ ରଥ ଏବଂ ସି.ଆର୍. ନାୟକଙ୍କ ମିଳିତ ଉଦ୍ୟମରେ ‘କଞ୍ଚାଲଙ୍କା‘ ଓଟିଟି ପ୍ଲାଟ୍ଫର୍ମଟି ଏବେ ବେଶ୍ ସକ୍ରିୟ ହେଇଛି ଏବଂ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଯଦି ଦର୍ଶକଙ୍କ ପାଖରେ ଇଣ୍ଟର୍ନେଟ୍ କନେକ୍ସନ୍ ଅଛି ତେବେ ସେମାନେ ମୋବାଇଲ୍ ଫୋନ୍, ଟାବ୍ଲେଟ୍, ସ୍ମାର୍ଟ ଟିଭି କିମ୍ବା ପିସି ମାଧ୍ୟମରେ ତୁରନ୍ତ ଓଟିଟିରେ କଞ୍ଚାଲଙ୍କା ସାଇଟ୍କୁ ଯାଇ ଦେଖିପାରିବେ। ଏହା ୱେବ୍ ବ୍ୟତୀତ ଆଣ୍ଡ୍ରଏଡ୍, ଆଇଓସ୍ ଏବଂ ଆପଲ୍ ଟିଭିରେ ଉପଲବ୍ଧ ହେଉଛି। ଏହି ସୁବିଧା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯଥାଶୀଘ୍ର ଉପଲବ୍ଧ ହେବ।
କ୍ରାଇମ୍, ଥ୍ରିଲର୍, ରୋମାଣ୍ଟିକ୍, କେମଡି, ସସ୍ପେନ୍ସ, ଏପିକ୍, ଫାଣ୍ଟାସି ପରି ବିଷୟବସ୍ତୁକୁ ନେଇ ଏଥିରେ ସବୁସ୍ବାଦର ସିନେମା ପ୍ରଦର୍ଶିତ ହେଉଛି। ଖୁବ୍ଶୀଘ୍ର କଞ୍ଚାଲଙ୍କା ସିରିଜ୍ରେ ବିଜ୍ଞାପନମୁକ୍ତ ଭାବେ ଇଂରାଜୀ ଭର୍ସନର ଅଲଟ୍ରା ଏଚ୍ଡି ସିନେମା ଦେଖିବାକୁ ମିଳିବ। ଏଥିରେ ବାର୍ଷିକ ମାତ୍ର ୩୪୯, ଷଡ୍ମାସିକ ୨୪୯ ଏବଂ ତ୍ରୈମାସିକ ୧୪୯ ଟଙ୍କା ଲାଗିବ। ଏହି ଦେୟ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ୟୁପିଆଇ ଏବଂ ଅନ୍ଲାଇନ୍ ୱାଲେଟ୍ ମାଧ୍ୟମରେ ଦେଇପାରିବେ। କଞ୍ଚାଲଙ୍କା ସମ୍ପର୍କରେ ଏହାର ଯୁଗ୍ମ ପ୍ରତିଷ୍ଠାତା ଏବଂ ଚେୟାର୍ମ୍ୟାନ୍ ଅକ୍ଷୟ ପରିଜା କହନ୍ତି, ଏହା କେବଳ ଦର୍ଶକ ଓ ଗ୍ରାହକମାନଙ୍କୁ ଏକ ପ୍ରିମିୟମ୍ ଓଟିଟିର ଅଫର୍ ଦେବନାହିଁ ବରଂ ବଜାରରେ ଅନ୍ୟ ଓଟିଟି ତୁଳନାରେ ଏହାର ଗୁଣାତ୍ମକ ମାନ ଏବଂ ସୁହାଇବା ଭଳି ଦେୟ ରହିବ।