ମୁମ୍ବାଇ: ଦିନେ ଟିକ୍-ଟକ୍ ଭିଡିଓ ବନାଉଥିଲେ, ହେଲେ ଆଜି ଡିଜନି ପ୍ଲସ୍ ହଟଷ୍ଟାରରେ ନଂ୧ରେ ଟ୍ରେଣ୍ଡ କରୁଥିବା ୱେବ୍ ସିରିଜର ହିରୋଇନ୍। ପୂର୍ବରୁ କେବଳ ଭିଡିଓ କରୁଥିବା ଅଭିନେତ୍ରୀ ଏବେ ରାତାରାତି ଷ୍ଟାର ପାଲଟିଛନ୍ତି। ଗୋଟାଏ ୱେବ ସିରିଜରୁ ହିଁ ସେ ଚାରିଆଡେ ଚର୍ଚ୍ଚାରେ ରହିଛନ୍ତି। ଆଜି ଆମେ ଏଠାରେ ଅଭିନେତ୍ରୀ ସଞ୍ଚିତା ବାସୁଙ୍କ କଥା କହୁଛୁ, ଯିଏ ୱେବ୍ ସିରିଜ 'ଠୁକରାକେ ମେରା ପ୍ୟାର'ରେ ଅଭିନୟ କରିଛନ୍ତି।

Advertisment

ନଭେମ୍ବରରେ ମୁକ୍ତିଲାଭ କରିଥିବା ହଟଷ୍ଟାରର ୱେବ୍ ସିରିଜ୍ 'ଠୁକରାକେ ମେରା ପ୍ୟାର'ରେ ସଞ୍ଚିତା, ସାନବିକା ଚୌହାନଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ସଞ୍ଚିତାଙ୍କ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି। ୨୦୦୪ରେ ଜନ୍ମ ହୋଇଥିବା ସଞ୍ଚିତାଙ୍କୁ ମାତ୍ର ୨୦ବର୍ଷ ବୟସ । ଇନଷ୍ଟାଗ୍ରାମ ଏବଂ ଟିକ-ଟକରେ ରିଲ୍ ତିଆରି କରି ନିଜ କ୍ୟାରିଅର୍ ଆରମ୍ଭ କରିଥିବା ସଞ୍ଚିତା ଏବେ ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି। ସଞ୍ଚିତା ବିହାରର ଭାଗଲପୁରରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଜଣାଯାଇଛି।

ସୂଚନା ମୁତାବକ, ସଞ୍ଚିତା ଟିକ-ଟକରୁ ରିଲ୍ ତିଆରି କରିବା ଆରମ୍ଭ କରିଥିଲେ। ଟିକ-ଟକ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ସଞ୍ଚିତା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ରିଲ୍ ତିଆରି କରିବା ଆରମ୍ଭ କଲେ। ଏହା ପରେ ତାଙ୍କ ଭିଡିଓ ପାଇଁ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସ ସଂଖ୍ୟ‌ା ୪.୭ମିଲିୟନରେ ପହଞ୍ଚିଥିଲା। ଜଣାଯାଇଛି ଯେ, ସଞ୍ଚିତା ତେଲୁଗୁ ଚଳଚ୍ଚିତ୍ର ଫାର୍ଷ୍ଟ ଡେ-ଫାର୍ଷ୍ଟ ସୋ’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ହେଲେ ୱେବ୍ ସିରିଜ 'ଠୁକରାକେ ମେରା ପ୍ୟାର' ତାଙ୍କୁ ନୂଆ ପରିଚୟ ଆଣି ଦେଇଛି।