ନୂଆଦିଲ୍ଲୀ: ଜଣାଶୁଣା ୟୁଟ୍ୟୁବର୍ ଅରମାନ୍ ମଲିକ୍ ଏପ୍ରିଲ ମାସରେ ୩ଟି ସନ୍ତାନର ବାପା ହୋଇଥିବା ଖବର ଚର୍ଚ୍ଚାରେ ରହିଛି। ଗତ ସପ୍ତାହରେ ତାଙ୍କର ପ୍ରଥମ ପତ୍ନୀ ପାୟଲ ମଲିକ ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଏହାର କିଛିଦିନ ପୂର୍ବରୁ ଦ୍ବିତୀୟ ପତ୍ନୀ କ୍ରିତିକା ମଲିକ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment

ଏହାକୁ ନେଇ ଅରମାନଙ୍କ ଘରେ ଖୁସିର ବାତାବରଣ ଥିବା ବେଳେ ପାୟଲ ହଠାତ ଅସୁସ୍ଥ ହୋଇପଡ଼ିଥିବ‌ା ଜଣାାପଡ଼ିଛି।। ପ୍ରସବ ସମୟରେ ତାଙ୍କୁ ଜ୍ବର ଓ କାଶ ହୋଇଥିଲା। ପ୍ରସବ ହେବାପରେ ଏହି ସମସ୍ୟା ତାଙ୍କର ଅଧିକ ବଢ଼ି ଯାଇଛି। ଆଗକୁ ‌ଯେମିତି ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ନହେଉ ସେଥିପାଇଁ ପାୟଲଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଗୋଟିଏ ପରେ ଗୋଟିଏ ପରୀକ୍ଷା କରାଯାଉଥିବା ବେଳେ ସନ୍ତାନଠାରୁ ଦୂରରେ ରହି ଭୋଭୋ ହୋଇ କାନ୍ଦୁଛନ୍ତି ପାୟଲ।

ସ୍ବାମୀ ଅରମାନ ସ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରୁଥି‌ଲେ ବି ପାୟଲ ତାଙ୍କ ମନକୁ ବୁଝାଇ ପାରୁ ନାହାନ୍ତି। ପ୍ରତି ମୁହୂର୍ତ୍ତରେ ପାୟଲଙ୍କର ତାଙ୍କ ନବଜାତ କଥା ମନେପଡ଼ୁଛି ବୋଲି ଅରମାନଙ୍କୁ ସେ କହିଛନ୍ତି।

ଅରମାନ ଓ ପାୟଲ ପୁଅର ନାଁ ଅୟାନ୍ ଏବଂ ଝିଅର ନାଁ ତୁବା ରଖିଥିଲେ। ଅରମାନଙ୍କ ପୁଅ ଅୟାନ ନିକଟରେ ଜଣ୍ଡିସର ଶିକାର ହୋଇଥିବା ଖବର ମିଳିଥିବା ବେଳେ ଏବେ ମା’ ପାୟଲ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରି ଦେଇଛି।