ଆର୍‌ପି ପ୍ରଡକ୍‌ସନ୍‌ସ ବ୍ୟାନର୍‌ରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅକ୍ସିଜେନ୍’ ଖୁବ୍ ଶୀଘ୍ର ପରଦାକୁ ଆସିବ। ଏଥିରେ ନାୟକ-ନାୟିକା ଭୂମିକାରେ ଅଛନ୍ତି ସମ୍ବିତ ଓ ତମନ୍ନା। ଏହାବାଦ୍‌ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ପୃଥ୍ବୀରାଜ, ବାବୁ ପ୍ରଧାନ, ଟନିଆ, ନିଖିଲେଶ ଘୋଷ, ଉମାକାନ୍ତ ମୁଦୁଲି, କ୍ରିଷ୍ଣା, ଶ୍ରାବଣୀ, ରଶ୍ମି ପାଢ଼ୀ, ସୀମା, ଥିନ୍, କମଲ, ଡିସ୍କୋ, ପ୍ରସନ୍ନ ସାହୁ, ଜଗନ୍ନାଥ ଓ ଶିଶୁ କଳାକାର ରାଜାଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରଶ୍ମିରଂଜନ ପଣ୍ଡା। ଶିବପ୍ରସାଦ ପଣ୍ଡାଙ୍କ ପ୍ରଯୋଜିତ ‘ଅକ୍ସିଜେନ୍’ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। 

Advertisment

ଅଭିଜିତ ମଜୁମଦାର ‘ଅକ୍ସିଜେନ୍’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ ବଳ। ସୃଜନ ଫିଲ୍ମସ୍ ଏହାର ପୋଷ୍ଟ ପ୍ରଡକ୍ସନ୍ ଦାୟିତ୍ବ ନେଇଥିବା ବେଳେ କୋରିଓଗ୍ରାଫି ଦାୟିତ୍ବରେ ଅଛନ୍ତି ରାଜେନ୍ଦ୍ର ମହାନ୍ତି ଓ କବୀର। ସଂପ୍ରତି ଦେଖାଯାଉଥିବା ପାରିବେଶିକ ସମସ୍ୟା ଉପରେ ଏହାର କାହାଣୀ ଆଧାରିତ ବୋଲି କୁହାଯାଉଛି।