ଭୁବନେଶ୍ବର: ଭୁବନେଶ୍ୱରର ଏସପ୍ଲାନେଡ ୱାନ ମଲରେ ‘ଓଏ ଗିଟାର’ ଚଳଚ୍ଚିତ୍ରର ଟ୍ରେଲର୍ ରିଲିଜ୍ ହୋଇଛି। ଫିଲ୍ମର ସମସ୍ତ କାଷ୍ଟ, କ୍ରିୟୁ ଏବଂ ପ୍ରଯୋଜିକା ବି ଚନ୍ଦ୍ରପ୍ରିୟା ସୁବୁଦ୍ଧିଙ୍କ ଉପସ୍ଥିତିରେ ଏକ ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହୋଇଯାଇଛି।
ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ପ୍ରଯୋଜକ ବି ଚନ୍ଦ୍ରପ୍ରିୟା ସୁବୁଦ୍ଧି କହିଛନ୍ତି, ‘ଓଏ ଗିଟାର ହେଉଛି ଏକ ବିଷୟବସ୍ତୁ ଭିତ୍ତିକ ସ୍କ୍ରିପ୍ଟ। ଆମର ଏକ ବଡ ଯୋଜନା ରହିଛି। ଓଲିଉଡରେ ଏହା ମୋର ପ୍ରଥମ ଉଦ୍ୟମ ଏବଂ ମୁଁ ଆଶା କରୁଛି ଲୋକମାନେ ଆମକୁ ଗ୍ରହଣ କରିବେ। ମୁଁ ଆଗକୁ ଆହୁରି ଅନେକ ଚଳଚ୍ଚିତ୍ର ନେଇ ଆସେ ବୋଲି ମୋତେ ଆଶୀର୍ବାଦ ବି କରିବେ।’
/sambad/media/post_attachments/wp-content/uploads/2021/03/2fd5fa9e-ba0a-4a19-86ee-f9119d121ae5-216x300.jpg)
ବି ଚନ୍ଦ୍ରପ୍ରିୟା ସୁବୁଦ୍ଧି ହେଉଛନ୍ତି ଶ୍ରୀହାନ ସିନେକ୍ରିଏସନ୍ସର ସିଇଓ। ଶ୍ରୀହାନ ସିନେକ୍ରେସନ୍ସ ୨୦୨୦ରେ ଆରମ୍ଭ ହୋଇଛି। ପୂର୍ବରୁ ଏହି ସଂସ୍ଥା ପକ୍ଷରୁ ବହୁ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇସାରିଛି।
‘ଓଏ ଗିଟାର’ ଚଳଚ୍ଚିତ୍ରରେ ଏକ ଅନନ୍ୟ ବାର୍ତ୍ତା ରହିଛି ଯେ ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳା ଥାଆନ୍ତି। ସେହି ମହିଳା ଆପଣଙ୍କ ମା, ଭଉଣୀ, ପତ୍ନୀ କିମ୍ବା ପ୍ରେମିକା ହେବେ ବୋଲି କିଛି ମାନେ ନାହିଁ। ଏ ବିଷୟରେ ଅଧିକ ଜାଣିବା ପାଇଁ ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ନିର୍ଦ୍ଦେଶକ ଆପୁ କାନୁନଗୋ ପରାମର୍ଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ‘ଓଏ ଗିଟାର’ର ରିଲିଜ୍ ତାରିଖ ଘୋଷଣା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/c294825d-3e29-474c-905b-baeb41e7f5ce.jpg)