ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ପ୍ୟାଡମ୍ୟାନ ଗତକାଲି ରିଲିଜ୍ ହୋଇଛି। ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା। ଆଉ ଏଥିପାଇଁ ହିଁ ଆପଣ ଏହି ସିନେମାଟିକୁ ଦେଖିବା ନିହାତି ଦରାକାର। ତେବେ ଆସନ୍ତୁ ଜାଣିବା ସିନେମାର ୫ଟି ବଡ଼ କାରଣ ବିଷୟରେ, ଯେଉଁଥିପାଇଁ ଆପଣ ଏହି ସିନେମାଟିକୁ ଦେଖିବା ଜରୁରୀ।
ବଲିଉଡରେ ପ୍ରଥମ ଥର ପାଇଁ ଏଭଳି ଫିଲ୍ମ ର୍ନିମାଣ କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ସେ ବିଷୟରେ କଥା ହେବାକୁ ସଙ୍କୋଚ ଅନୁଭବ କରନ୍ତି। ଏହି ଫିଲ୍ମରେ ମହିଳାଙ୍କ ପିରିୟଡସକୁ ନେଇ ହେଉଥିବା ସମସ୍ୟା ବିଷୟରେ ଦର୍ଶାଯାଇଛି। ତେଣୁ ଏହି ଫିଲ୍ମକୁ ଦେଖିବା ନିହାତି ଜରୁରୀ।
/sambad/media/post_attachments/wp-content/uploads/2018/02/24cb5f90-0d51-11e8-ba67-a8387f729390-300x169.jpg)
ଏହି ଫିଲ୍ମରେ ଅକ୍ଷୟ ଏବଂ ରାଧିକା ଆପ୍ତେଙ୍କ ଅଭିନୟ ସମ୍ପୂର୍ଣ୍ଣ ନିଚ୍ଛକ ଲାଗୁଛି। ତେବେ ଏହି ଦୁଇଜଣ ନିଜର ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ହୃଦୟକୁ ଅତି ସହଜରେ ଜିତି ପାରିବେ ବୋଲି ଆଶା କରାଯାଉଛି।
ଫିଲ୍ମରେ ଦମଦାର ଡାଏଲଗ ରହିଛି। ଏଇ ଯେପରି ଏଥିରେ ଏକ ସଂଳାପ ରହିଛି- ଆମେରିକା ପାଖରେ ସୁପରମ୍ୟାନ ଅଛି, ସ୍ପାଇଡର ମ୍ୟାନ ଅଛି କିନ୍ତୁ ଭାରତରେ ଅଛି ପ୍ୟାଡମ୍ୟାନ।
ଫିଲ୍ମରେ ଜଣେ ସାଧାରଣ ମଣିଷର ସାହସ ଓ ଇଛା ଶକ୍ତି ବିଷୟରେ ଉପସ୍ଥାପନା କରାଯାଇଛି। ଯଦି କୌଣସି ବ୍ୟକ୍ତି ଏକ କାମ କରିବାକୁ ନିଷ୍ପତ୍ତି ନିଏ ଏବଂ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ପ୍ରତିଜ୍ଞାବଦ୍ଧ ହୁଏ ତେବେ ସେ ଅତି ସହଜରେ ସେହି ସ୍ଥାନରେ ପହଞ୍ଚି ପାରିବ।
ଅରୁଣାଚଳମ ଗୁଗନାଥମଙ୍କ ସତ୍ୟ ଚରିତ୍ର ଉପରେ ଆଧାରିତ ଫିଲ୍ମ ପ୍ୟାଡମ୍ୟାନ ଜରିଆରେ ନିର୍ଦ୍ଦେଶକ ଆର ବାଲକି ଏବଂ ଅକ୍ଷୟ କୁମାର ପିରିୟଡସରେ ସ୍ୱଚ୍ଛ ରହିବା ପାଇଁ ସଚେତନ କରିଛନ୍ତି। ପୁରୁଷ ହୁଅନ୍ତୁ କିମ୍ବା ମହିଳା ବିନା ସଙ୍କୋଚରେ ଏହି ବିଷୟରେ ଆଲୋଚନା କରିବା ଉଚିତ ବୋଲି ଅକ୍ଷୟ କୁମାର ବାର୍ତ୍ତା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/padman-poster-akshay-kumar-looks-fresh-new-fallen-snow-0001.jpg)