ମୁମ୍ବାଇ: ବଲିଉଡ଼୍ର ମୋଷ୍ଟ୍ ସେଲେବଲ୍ ହିରୋ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ଼୍ ମ୍ୟାନ୍’ର ରିଲିଜ୍ ତାରିଖ ବଦଳି ଯାଇଛି ।ଏହା ୨୦୧୮ ଜାନୁଆରି ୨୫ ତାରିଖରେ ରିଲିଜ୍ ହେବ।ପୂର୍ବରୁ ଏହା ଜାନୁଆରି ୨୬ ତାରିଖରେ ରିଲିଜ୍ ହେବ ବୋଲି ଘୋଷିତ ହୋଇଥିଲା ଫିଲ୍ମର ପ୍ରଥମ ପୋଷ୍ଟର୍ରେ ଅକ୍ଷୟ କୁମାର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ସାଇକେଲ୍ ଚଲାଉଥିବାର ଦେଖିବାକୁ ମିଳିଥିଲା।ପୋଷ୍ଟର୍ରେ ଅକ୍ଷୟଙ୍କର ଏକ ଡ଼ି-ଗ୍ଲାମ୍ ଲୁକ୍ରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ।
Like a friend said 'A day early just like your period sometimes :)' Here comes Padman on 25th January 2018! #PadManhttps://t.co/pT11KKLpSD
— Twinkle Khanna (@mrsfunnybones) January 4, 2018
photo-navbharattimesଅକ୍ଷୟଙ୍କ ପତ୍ନୀ ତଥା ଏହି ଫିଲ୍ମର ସହ ପ୍ରଯୋଜିକା ଟ୍ଵିଙ୍କଲ୍ ଖାନ୍ନା ନିଜର ଟ୍ଵିଟର୍ ଜରିଆରେ ଏହି ରିଲିଜ୍ ତାରିଖ ବଦଳିବାର କାରଣ ବି ବେଶ ମଜାଦାର ଢ଼ଙ୍ଗରେ ବତାଇଛନ୍ତି। ସେ ଲେଖିଛନ୍ତି ଯେମିତି ବେଳେ ବେଳେ ଆଗୁଆ ପିରିଅଡସ୍ ହୋଇଯାଏ ସେମିତି ‘ପ୍ୟାଡ଼୍ ମ୍ୟାନ୍’ ଗୋଟିଏ ଦିନ ଆଗରୁ ଜାନୁଆରି ୨୫ ତାରିଖରେ ରିଲିଜ୍ ହେଉଛି।ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍ ମ୍ୟାନ୍’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍କିନ୍ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଅରୁଣାଚଳମ୍ ମୁରୁଗାନାଥନ୍ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ।ଅରୁଣାଚଳମ୍ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍ଲି ଓ ପକେଟ୍ ଫ୍ରେଣ୍ଡ୍ଲି ନାପ୍କିନ୍ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।
ଇତି ମଧ୍ୟରେ ‘ପ୍ୟାଡ଼୍ ମ୍ୟାନ୍’ର ପ୍ରମୋସନ୍ ଜୋସୋରରେ ଚାଲିଛି।ଏଥିରେ ଅକ୍ଷୟ କୁମାରଙ୍କ ସହିତ ସୋନମ୍ କପୁର୍ ଓ ରାଧିକା ଆପ୍ଟେ ଫିମେଲ୍ ଲିଡ଼୍ରେ ଅଛନ୍ତି।‘ଚିନିକମ୍’‘ପା’ଓ ‘ସମିତାଭ୍’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍ ବାଲକୀ ‘ପ୍ୟାଡ଼୍ମ୍ୟାନ୍’ର ନିର୍ଦ୍ଦେଶନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/padman-NBT-image-31-1.jpg)