‘ପଦ୍ମାବତୀ’ର କାହାଣୀ ପଛରେ ରହିଛି ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ର : ଡ.ସ୍ୱାମୀ

ନୂଆଦିଲ୍ଲୀ: ପଦ୍ମାବତୀ ଫିଲ୍ମକୁ ନେଇ ବିରୋଧ ଥମିବାର ନାମ ଧରୁନାହିଁ । ସୁପ୍ରିମକୋର୍ଟରେ ଫିଲ୍ମର ରିଲିଜ୍‌ ରୋକିବାକୁ ହୋଇଥିବା ପିଟିସନ ଖାରଜ ହେବା ପରେ ବିଜେବିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏହା ସମ୍ବନ୍ଧରେ ନକାରାତ୍ମକ ବୟାନ ରଖିଛନ୍ତି।

ସେ ଅଭିଯୋଗ କରିଛନ୍ତି କି, ଦୁବାଇବାସୀଙ୍କ ଦ୍ୱାରା ଫିଲ୍ମର ନିର୍ମାତା ପରିଚାଳିତ ହୋଇଛନ୍ତି। ତାଙ୍କ ଅନୁଯାୟୀ, ଦୁବାଇର ଅଧିବାସୀ ଚାହାନ୍ତି ଭାରତୀୟ ଫିଲ୍ମଗୁଡ଼ିକରେ ନାୟକ ଭାବେ ମୁସଲିମ ରାଜାଙ୍କୁ ଦେଖାଯାଉ ଓ ତାଙ୍କ ନାୟିକା ଭାବେ ହିନ୍ଦୁ ରାଣୀଙ୍କୁ ଉପସ୍ଥାପିତ କରାଯାଉ। ପୁଣି ନାୟିକା ନାୟକ ପଛରେ ଗୋଡ଼ାଇବା ଭଳି ଦୃଶ୍ୟ ବି ରଖାଯାଉ। ତେଣୁ ପଦ୍ମାବତୀ ଛବି ନିର୍ମାଣ ପଛର ରହସ୍ୟକୁ ଉନ୍ମୋଚନ କରିବା ଦରକାର। ଏହାଦ୍ୱାରା ପଦ୍ମାବତୀର କାହାଣୀ ନେଇ ହୋଇଥିବା ଅନ୍ତଃରାଷ୍ଟ୍ରୀୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇପାରିବ।

ପଦ୍ମାବତୀ ଫିଲ୍ମର ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ଗୁଡ଼ିକର ପାଣ୍ଠି କେଉଁଠୁ ଆସୁଛି ତାହା ଖୋଜି ବାହାର କରିବାକୁ ସେ ଏନଫୋର୍ସମେଣ୍ଟ ଡିରେକ୍ଟରେଟକୁୁ ଅନୁରୋଧ କରିଛନ୍ତି। ଗତ ୧୦ ବର୍ଷ ୟୁପିଏ ଶାସନ ମଧ୍ୟରେ ଏହି ପରି ବହୁ ବଡ଼ ବଜେଟର ଫିଲ୍ମ ନିର୍ମାଣ ହୋଇଛି ଏବଂ ଏବେ ମଧ୍ୟ ସେପରି ବଡ଼ ବଜେଟର ଫିଲ୍ମ ନିର୍ମାଣ ହେଉଛି। ଏଥିପାଇଁ ଅର୍ଥ କେଉଁଠୁ ଆସୁଛି, ତାହା ତଦନ୍ତ ହେବା ଦରକାର ବୋଲି ଡ.ସ୍ୱାମୀ ମତ ଦେଇଛନ୍ତି।

ସୁପ୍ରିମକୋର୍ଟରେ ଏହି ଫିଲ୍ମରେ ରାଣୀ ପଦ୍ମାବତୀଙ୍କ ଚରିତ୍ରର ପରିବେଷଣ ରାଜପୁତମାନଙ୍କର ଭାବନାକୁ ଆଘାତ କରିଛି ତେଣୁ ଏହାର ରିଲିଜକୁ ରୋକାଯାଉ ବୋଲି ଏକ ମୋକଦ୍ଦମା ଦାୟର କରାଯାଇଥିଲା। ଏହା ଖାରଜ ହୋବାପରେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ଏପରି ବୟାନ ରଖିଛନ୍ତି।

ସମ୍ବନ୍ଧିତ ଖବର