‘ପଦ୍ମାବତୀ’ ବିବାଦର ନୂଆ ମୋଡ , ସିବିଏଫସି ବିରୋଧରେ ମୁହଁ ଖୋଲିଲେ ମେବାର ରାଜ ପରିବାରର ମୁଖ୍ୟ

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପତ୍ର ଲେଖି ଅଭିଯୋଗ

ମୁମ୍ବାଇ: କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି )ସଞ୍ଜୟଲୀଲା ଭଂସାଲି ବିବାଦୀୟ ଫିଲ୍ମ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ ଲାଗି ସୁପାରିଶ କରିଛନ୍ତି। ଫିଲ୍ମର ନାମ ପଦ୍ମାବତୀ ବଦଳରେ ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଛନ୍ତି। ସିନେମାର ନାମ ପରିବର୍ତ୍ତନ ସହ ବିବାଦୀୟ ‘ଘୁମର୍‌’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଫିଲ୍ମର କାହାଣୀରେ ‘ସତୀ’ ପ୍ରଥାକୁ ଗୌରାବାନ୍ଵିତ କରିବା ଭଳି ଦୃଶ୍ୟ ଏବଂ ସଂଳାପକୁ ବାଦ ଦେବାକୁ ସୁପାରିଶ କରାଯାଇଛି। ହେଲେ ଏଥିରେ ସନ୍ତୁଷ୍ଟ ନୁହନ୍ତି ମେବାର ରାଜ ପରିବାରର ମୁଖ୍ୟ ମହେନ୍ଦ୍ର ସିଂହ ।

ସେ ଏଭଳି ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଛନ୍ତି। ସେ ଏଥିପାଇଁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଅଧ୍ୟକ୍ଷ ପ୍ରସୂନ୍‌ ଯୋଶୀଙ୍କୁ ଟାର୍ଗେଟ୍‌ କରିଛନ୍ତି।ମହେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ ପ୍ରଥମେ ୬ଜଣଙ୍କୁ‘ପଦ୍ମାବତୀ’ ସିନେମା ଦେଖାଇବାର କଥା କୁହାଯାଇଥିଲା ହେଲେ ସ୍କ୍ରିନିଂ ସମୟରେ ମାତ୍ର ତିନିଜଣଙ୍କୁ ଅନୁମତି ମିଳିଥିଲା। ତରବରିଆଭାବେ‘ପଦ୍ମାବତୀ’ ର ସେନସର୍‌ କରାଯାଇଥିବା ମଧ୍ୟ ସେ କହିଛନ୍ତି।

deccanchronicle

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ତାଙ୍କ ପୁତ୍ର ବିଶ୍ୱରାଜ ସିଂହ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡଠାରୁ ସିନେମା ସଂପର୍କୀତ କେତେକ ତଥ୍ୟ ନେବାକୁ ଚାହୁଁଥିଲେ ।ଏଥିଲାଗି ସେ ଚିଠି ବି ଲେଖିଥିଲେ ମାତ୍ର ତାହାକୁ ଅଣଦେଖା କରାଗଲା ବୋଲି ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ସମ୍ବନ୍ଧିତ ଖବର