ଖୁବଶୀଘ୍ର ଆସୁଛି ପାହାଡି ‘ଗେଣ୍ଡୁଫୁଲ’

ମୁମ୍ବାଇ: କିଛି ମାସ ତଳେ ରିଲିଜ ହୋଇଥିବା ‘ଗେଣ୍ଡା ଫୁଲ’ ବେଶ ଦର୍ଶକଙ୍କ ଆଦୃତି ପାଇଥିଲା | ୟୁଟ୍ୟୁବରେ ପାଖାପାଖି ୪୨ କୋଟିରୁ ଅଧିକ ଥର ଏହାକୁ ଦେଖାଯାଇଥିଲା | ଆଉ ଏବେ ଏହି ଗୀତର ପାହାଡି ଭର୍ସନ ଦର୍ଶକ ଦେଖିବାକୁ ପାଇବେ | ଏଥର ଉତ୍ତରାଖଣ୍ଡର ଦୁଇ ଗାୟକ ଦେଶୀ ସ୍ପର୍ଶ ଦେଇଛନ୍ତି। ଗରୱାଲୀ ଭାଷାରେ ଏହି ଗୀତର ଶବ୍ଦ ସଂଯୋଜନା କରାଯାଇଥିବାବେଳେ ଉତ୍ତରାଖଣ୍ଡର ଦୁଇଜଣ କଣ୍ଠଶିଳ୍ପୀ ପ୍ରିୟଙ୍କା ମେହେର ଏବଂ ରଙ୍ଗପାଜ ଓରଫ ମାୟାଙ୍କ ରାୱତଙ୍କୁ ଦେଖିବାକୁ ମିଳିବ |


ପ୍ରିୟଙ୍କା ମେହେର କହିଛନ୍ତି ଏହି ଗୀତ ଗରୱାଲୀ ଭାଷାରେ ପ୍ରସ୍ତୁତ କରାଯାଇଛି। ଗୀତରେ ଶବ୍ଦର ଅର୍ଥ ସମାନ ଥିବାବେଳେ କେବଳ ଭାଷା ବଦଳିଛି | ନୂଆ ଗୀତରେ ଏଥର ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ନଜର ଆସିବେ ନାହିଁ କିନ୍ତୁ ପ୍ରିୟଙ୍କା ଏବଂ ରଙ୍ଗପାଜଙ୍କୁ ଦେଖିବାକୁ ମିଳିବ। ଏଠାରେ ସୂଚନା ଥାଉ କି ଏହି ସଂସ୍କରଣର ପ୍ରଥମ ଭର୍ସନରେ ରାପର ବାଦଶାହା ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ନଜର ଆସିଥିଲେ |

ସମ୍ବନ୍ଧିତ ଖବର