ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତ ତାଙ୍କର ତିନି ନୂଆ ପାର୍ଟନରଙ୍କ ସହ ପରଦାକୁ ଆସୁଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ସଂପୂର୍ଣ୍ଣ ନବାଗତା ଏବଂ ଅନ୍ୟ ଦୁଇଜଣ ପରିଚିତା । ସମ୍ବିତ୍ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନବାଗତା ବି ଅନ୍ତର୍ଭୁକ୍ତ । ଚଳିତ ମାସରେ ମୁକ୍ତିଲାଭ କରିଥିବା ‘ହାପି ଲକି’ରେ ସମ୍ବିତ୍ ଯେଉଁ ନବାଗତାଙ୍କ ସହ ନଜର ଆସିଥିଲେ, ସେ ହେଲେ ସସ୍ମିତା।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ସମ୍ବିତ୍ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ପ୍ରଥମ ଥର ଲାଗି ସ୍କ୍ରିନ୍ ସେଆର୍ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ତାପରେ ସମ୍ବିତଙ୍କୁ ରୀୟାଙ୍କ ସହିତ ଦୁଇଟି ସିନେମା ‘ଯୋଉଠି ଥିଲେ ବି ତୁ ମୋର’ ଏବଂ ‘ପ୍ରେମପାଇଁ ମହାଭାରତ’ରେ ଦେଖିବାକୁ ପାଇବେ ସିନେପ୍ରେମୀ। ଠିକ୍ ସେହିପରି ସମ୍ବିତ-ସମ୍ଭାବନାଙ୍କ ଯୋଡିକୁ ଦର୍ଶକ ‘ବିଶ୍ୱନାଥ’ ସିନେମାରେ ଦେଖିବାକୁ ପାଇବେ।