ମୁମ୍ବାଇ: ସିରିଆଲ୍ ‘ସାଥ୍ ନିଭାନା ସାଥିୟା’ର ଲୋକପ୍ରିୟ ଯୋଡ଼ି ଅହମ୍-ଗୋପି ପୁଣିଥରେ ସ୍କ୍ରିନ୍ରେ ରୋମାନ୍ସ କରବେ । ହଁ , ଦେବଲୀନା ଭଟ୍ଟାଚାର୍ଜୀ ଏବଂ ମୋହମ୍ମଦ ନଜୀମ୍ଙ୍କୁ ପୁଣିଥରେ ସେମାନଙ୍କ ପ୍ରଶଂସକ ଏକାଠି ଦେଖିବାକୁ ପାଇବେ। ଏହି ଯୋଡ଼ିଙ୍କୁ ‘ଲାଲ୍ ଇଶ୍କ’ ସିରିଆଲ୍ର ଏକ ଏପିସୋଡ୍ ଲାଗି କାଷ୍ଟ୍ କରାଯିବ ବୋଲି ଶୁଣିବାକୁ ମିଳିଛି। ଏଥିରେ ଅଭିନେତ୍ରୀ ଦେବଲୀନା ଏକ ବଙ୍ଗୀୟ ଯୁବତୀ ଚରିତ୍ରରେ ଅଭିନୟ କରୁଥିବାବେଳେ,ଅଭିନେତା ନଜୀମ୍ଙ୍କୁ ଜଣେ ପଂଜାବୀ ଯୁବକ ଚରିତ୍ରରେ ଦେଖିବାକୁ ପାଇବେ ସେମାନଙ୍କର ପ୍ରଶଂସକ।
ତେବେ ଆପଣଙ୍କ ସୁଚନା ଲାଗି ଜଣାଉଅଛୁ କି ଟିଭି ସିରିଅଲ୍‘ସାଥ୍ ନିଭାନା ସାଥିୟା’ ପରେ ଏହି ଯୋଡ଼ିଙ୍କୁ ଅନ୍ୟ କୌଣସି ନୂଆ ପ୍ରୋଜେକ୍ଟରେ ଦର୍ଶକ ଦେଖିବାକୁ ପାଇନଥିଲେ। ତେବେ ଦେବଲୀନାଙ୍କୁ ନେଇ ଏହି ଖବର ବି ଶୁଣିବାକୁ ମିଳିଥିଲା ଯେ, ସିରିଅଲ୍ ‘ସିଲ୍ସିଲା ବଦଲ୍ତେ ରିସ୍ତୋଁ କା’ରେ ଅଭିନୟ କରିବାକୁ ତାଙ୍କୁ ଆପ୍ରୋଚ୍ କରାଯାଇଥିଲା। ହେଲେଏନେଇ ସେ ତାଙ୍କର ମୋଟା ରକମର ପାରିଶ୍ରମିକ ମାଗିବାରୁ ଏଥିରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ତେବେ ଦେବଲୀନାଙ୍କୁ ନେଇ ଏହା ବି ଚର୍ଚ୍ଚା ଜୋର୍ ଧରିଥିଲା ଯେ, କଲର୍ସରେ ପ୍ରସାରିତ ସୋ’‘କୁଛ୍ ନଏ ରିସ୍ତେ’ରେ ବି ସେ ନଜର ଆସିବେ।