ମୁମ୍ବାଇ: ଆଜିକାଲି କାଷ୍ଟିଂ କାଉଚ୍ ଓ ମି ଠୁ ମାମଲା ସବୁ ପ୍ରତିଦିନ ଦେଖିବାକୁ ମିଳୁଛି। ଖାଲି ସିନେ ଜଗତ କାହିଁକି, କେଉଁବି କ୍ଷେତ୍ରରେ କାମ କରୁଥିବା ମହିଳା ଏହି ସବୁ ସମସ୍ୟାର ସାମ୍ନା କରୁଛନ୍ତି। ଏ ନେଇ ନିଜ ସଂପର୍କିତ ଏକ କାହାଣୀ କହିଛନ୍ତି ଭୋଜପୁରି ଅଭିନେତ୍ରୀ ପାକ୍ଷୀ ହେଗ୍ଡ଼େ। ଅନେକ ଭୋଜପୁରି ସିନେମାରେ ତାଙ୍କର ଆକର୍ଷଣୀୟ ଅଭିନୟ ଜରିଆରେ ଦର୍ଶକଙ୍କ ମନ ମୋହିଥିବା ଏହି ଅଭିନେତ୍ରୀ କିପରି ନିଜ ଜୀବନରେ ଜଣେ ନିର୍ଦ୍ଦେଶକଙ୍କ ଦ୍ବାରା ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ସଂପର୍କରେ କହିଛନ୍ତି।
ଗଣମାଧ୍ୟମ ସଂସ୍ଥା ଆଜ୍ତକ୍ ପକ୍ଷରୁ ତାଙ୍କର ଏକ ସକ୍ଷାତ୍କାର ନିଆ ଯାଉଥିବା ବେଳେ ସେ କହିଛନ୍ତି ଯେ ଥରେ ତାଙ୍କୁ ଜଣେ ନିର୍ଦ୍ଦେଶକ ତାଙ୍କ ସହ ସାଲିସ୍ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଅଭିନେତ୍ରୀ ଜଣକ ନିର୍ଦ୍ଦେଶକଙ୍କର ଉକ୍ତ ପ୍ରସ୍ତାବକୁ ଖଣ୍ଡନ କରିବାକୁ ନିର୍ଦ୍ଦେଶକ ଚଳଚ୍ଚିତ୍ରରୁ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ ଦୃଶ୍ୟକୁ ବାଦ୍ ଦେଇଥିଲେ।
ଅଭିନେତ୍ରୀ ଜଣକ ଗଣମାଧ୍ୟମ ସଂସ୍ଥାକୁ ଆହୁରି ବି କହିଛନ୍ତି ଯେ ‘ମୁଁ ଯେବେ ଭୋଜପୁରି ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲି ତ ଲୋକେ ମୋତେ ନିରୁତ୍ସାହିତ କରୁଥିଲେ। ମୁଁ ଭାବୁଥିଲେ କାହିଁକି ଲୋକେ ଭୋଜପୁରି ଇଣ୍ଡଷ୍ଟ୍ରିକୁ ଏପରି ଦୃଷ୍ଟିରେ ଦେଖୁଛନ୍ତି। ଅନେକ ଲୋକ ଭୋଜପୁରି ଅଭିନେତ୍ରୀଙ୍କୁ ହୀନ ନଜରରେ ଦେଖନ୍ତି। ମୁଁ ସେ ସବୁକୁ ପଛ କରି ମୋ ନିଜ ବଳରେ ନିଜର ଏକ ନୂଆ ପ୍ରତିଛବି ବନାଇବାକୁ ବାହାରିଲି। ମୋ ନାରୀ କୈନ୍ଦ୍ରୀକ ଅନେକ ସିନେମା ଅଛି।’