ମୁମ୍ବାଇ: ‘ବିଗ୍‌ ବସ୍‌-୧୭’ ‌ଶେଷ ହୋଇଯାଇଛି ଓ ମୁନ୍ନାୱର୍‌ ଫାରୁକୀ ସୋ’ର ବିଜେତା ବନିସାରିଛନ୍ତି। ହେଲେ ‘ବିଗ୍‌ ବସ୍‌’ ଗୃହରେ ଯଦି ସବୁଠାରୁ କିଏ ଅଧିକ ଚର୍ଚ୍ଚାରେ ଥିଲେ ତ, ସେ ହେଉଛନ୍ତି ଟେଲି ଅଭିନେତ୍ରୀ ଅଙ୍କିତା ଲୋଖ‌ଣ୍ଡେ। ଆରମ୍ଭରୁ ଦେଖିବାକୁ ମିଳୁଥିଲା ଯେ ଅଙ୍କିତାଙ୍କର ଅଭିନେତ୍ରୀ ମନ୍ନାରା ଚୋପ୍ରାଙ୍କ ସହ ଯୋଡ଼ି ବେଶ୍‌ ଜମୁଥିଲ‌ା। ହେଲେ ଯେତେବେଳେ ମନ୍ନାରା ତାଙ୍କ ସ୍ବାମୀ ଭିକି ଜୈନ୍‌ଙ୍କ ସହ ବନ୍ଧୁତା କଲେ ତ ଚିଡ଼ିବାକୁ ଲାଗିଲେ ଅଙ୍କିତା। ଏହି କାରଣରୁ ସୋ’ରେ ଅଙ୍କିତା-ଭିଙ୍କିଙ୍କର ଅନେକ ଥର ଝଗଡ଼ା ହୋଇଛି। ଏପରିକି ମାମଲା ଏତେ ବିଗିଡ଼ି ଯାଇଥିଲା ଯେ ଛାଡ଼ପତ୍ର ପର୍ଯ୍ୟନ୍ତ ବି କଥା ପଳାଇଥିଲା।

Advertisment

ହେଲେ ଏବେ ସୋ’ରୁ ବାହାରିବା ପରେ ପୁରୁଣା ଏପି‌େସୋଡ୍‌ଗୁଡ଼ିକୁ ଦେଖିବା ପରେ ଅନୁତାପ କରୁଛନ୍ତି ଅଙ୍କିତା। ସେ ଅନୁଭବ କରିପାରିଛନ୍ତି ଯେ ଅଯଥାରେ ନିଜ ସ୍ବାମୀଙ୍କୁ ସନ୍ଦେହ କରୁଥିଲେ। ନିଜର ମନ୍ନାରାଙ୍କ ସହ ଭଲ ପଟୁନଥିଲା ବୋଲି ସେ ଭିକିଙ୍କ ସହ ମନ୍ନାରାଙ୍କୁ ଦେଖି ଅସୁରକ୍ଷିତ ମନେ କରୁଥିଲେ। ହେଲେ ବାସ୍ତବରେ ଭିକି ଓ ମନ୍ନାରାଙ୍କ ଭିତରେ ସେପରି କୌଣସି ବି ସଂପର୍କ ନଥିଲା ବୋଲି ଅଙ୍କିତା ନିଜେ ସ୍ବୀକାର କରିବା ସହ ନିଜ ଭୁଲ୍‌ ବୁଝିପାରିଛନ୍ତି।