ପାକିସ୍ତାନୀ କ୍ରିକେଟର ସୋଏବ୍‌ ଅଖ୍‌ତର ଅପହରଣ କରିବାକୁ ଚାହୁଁଥିବା ଜାଣି ଏଭଳି ପ୍ରତିକ୍ରିୟା ରଖିଥିଲେ ସୋନାଲୀ

ମୁମ୍ବାଇ : ଦିନ ଥିଲା ଯେତେବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ୍‌ ଅଖତର ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ । ସୋନାଲୀଙ୍କ ଇଂଲିଶ ବାବୁ ଦେଶୀ ମେମ୍‌ ଫିଲ୍ମ ଦେଖିବା ପରେ ସୋଏବ୍‌ ତାଙ୍କୁ ମନ ଦେଇ ବସିଥିଲେ । ନିଜ ପର୍ସରେ ସୋନାଲୀଙ୍କ ଫଟୋ ରଖିବା ସହ ନିଜ ଶୋଇବା ଘରେ ସୋନାଲୀଙ୍କ ପୋଷ୍ଟର ଲଗାଇ ରଖିଥିଲେ ସୋଏବ୍‌ । ଏକ ସାକ୍ଷାତକାରେ ସୋଏବ୍‌ ଏ ବିଷୟରେ ଜଣାଇଥିବା ବେଳେ ସୋନାଲୀ ତାଙ୍କ ପ୍ରସ୍ତାବରେ ରାଜି ନହେଲେ ସେ ତାଙ୍କୁ ଅପହରଣ କରିବେ ବୋଲି କହିଥିଲେ ।

bollywoodbubble.com

ଏ ନେଇ ସୋନାଲୀଙ୍କ ପ୍ରତିକ୍ରିୟା ମଗାଯିବା ପରେ, ମୁଁ କୌଣସି ସୋଏବ୍‌ ଅଖ୍‌ତର ନାମକ ପାକିସ୍ତାନୀ କ୍ରିକେଟରଙ୍କୁ ଜାଣି ନାହିଁ । କାରଣ ମୁଁ କ୍ରିକେଟର ପ୍ରଶଂସକ ନୁହେଁ । ମୁଁ ଶୁଣିଛି ସେ ମୋର ପ୍ରଶଂସକ । ଯାହା ପାଇଁ ମୁଁ ବହୁତ ଖୁସି ବୋଲି କହିଥିଲେ ସୋନାଲୀ ।

ସମ୍ବନ୍ଧିତ ଖବର