ନୂଆଦିଲ୍ଲୀ: ସିନେମା ‘ଏନ ଏକସନ ହିରୋ’ରୁ ବଲିଉଡରେ ପୁଣିଥରେ ପ୍ରବେଶ କରିଛନ୍ତି ମଲାଇକା ଅରୋଡା। ଏହି ସିନେମାରେ ମଲାଇକାଙ୍କ ଆଇଟମ ଗୀତ ରହିଛି। ଏହି ଗୀତଟି ‘ଆପ ଜୈସା କୋଇ ମେରୀ ଜିନ୍ଦେଗୀ ମୋ ଆଏ’ର ରିମିକ୍ସ ଭର୍ସନରେ ମଲାଇଲା ଧମାକା କରୁଛନ୍ତି। ମଲାଇକାଙ୍କ ଏହି ଗୀତକୁ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି। କିନ୍ତୁ ପାକିସ୍ତାନରେ ଏହି ଗୀତକୁ ନେଇ ବିବାଦ ଦେଖା ଦେଇଛି।
ତେବେ ପାକିସ୍ତାନର ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି କଳାକାର ବି ‘ଆପ ଜୈସା କୋଇ’ର ରିମିକ୍ସ ଭର୍ସନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପାକିସ୍ତାନର ଚର୍ଚ୍ଚିତ ଅଭିନେତା ସୁମାର ଅଦନାନ ସିଦ୍ଦିକି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଏକ ଟୁଇଟ କରି କହିଛନ୍ତି, ‘ କ’ଣ ପବନରେ କିଛି ଅଛି, ଯାହା ହଠାତ ଦୁନିଆ ପରଫେକ୍ଟ କ୍ଲାସିକ୍ସକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି? ଏମିତି କି ରି-କ୍ରିଏସନ ପାଇଁ ଟ୍ୟାଲେଣ୍ଟର ଆବଶ୍ୟକତା ରହିଛି।
/sambad/media/post_attachments/wp-content/uploads/2022/11/Presentation1-104.jpg)
‘ଆପ ଜୈସା କୋଇ’ ଗୀତକୁ ବାସ୍ତବରେ ପାକିସ୍ତାନର ସଙ୍ଗୀତକାର ନାଜିଆ ହସନ ଗାଇଥିଲେ। ଯାହାକୁ ଆସି ଯାଏଁ ଲୋକେ ପସନ୍ଦ ବି କରୁଛନ୍ତି। ଏଭଳି କ୍ଷେତ୍ରରେ ‘ଆପ ଜୈସା କୋଇ ମେରୀ ଜିନ୍ଦେଗୀ ମେଁ ଆଏ’ର ରିମିକ୍ସ ଭର୍ସନକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେବେ ୨୦୦୦ ମସିହାରେ ନାଜିଆ ହସନଙ୍କର ପରଲୋକ ହୋଇଯାଇଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଅଦନାନ ସିଦ୍ଦିକି ବଲିଉଡରେ ପାକିସ୍ତାନ ଗୀତକୁ ଚୋରାଇ ରିମିକ୍ସ କରିଥିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Pakistani-Actor-Angry-on-Malaika_Thumbnail.jpg)