ମୁମ୍ବାଇ: ସୈଫ୍ ଅଲୀ ଖାନ୍ଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲୀ ଖାନ୍ କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି। ନିକଟରେ ସାରା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସାରା ଅଲୀ ଖାନ୍ଙ୍କୁ ରାଗରେ ଆପଣ ଖୁବ୍ କମ୍ ଦେଖିଥିବେ। ସେ ସବୁବେଳେ ହସି ହସି ସମସ୍ତଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୁହଁରେ ରାଗ ପ୍ରାୟ କେହି ଦେଖିବାକୁ ପାଆନ୍ତି ନାହିଁ।
ସାରା ଅଲୀ ଖାନ୍ଙ୍କୁ ରାଗ ବି ଆସେ ବୋଲି ନିକଟରେ ଭାଇରାଲ୍ ହୋଇଥିବା ଭିଡିଓ ଦେଖିଲେ ଆପଣ ନିଶ୍ଚିତ ହେଇଯିବେ। ଗତ ରାତିରେ ସାରାଙ୍କୁ ଏକ ସ୍କ୍ରିନିଂରେ ଯାଉଥିବାର ଦେଖିବାକୁ ମିଳିଥିଲା। ସ୍କ୍ରିନିଂକୁ ଯିବା ପୂର୍ବରୁ ଅଭିନେତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଜ୍ ଦେଇଥିଲେ। ହେଲେ ତା’ପରେ ସେ ଅଚାନକ ରାଗିଗଲେ।
ସାରାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭାଇରାଲ୍ ଭିଡିଓରେ ସାରା ଫଟୋଗ୍ରାଫର୍ ଅଧିକ ଫଟୋ ଉଠାଉଥିବାରୁ ରାଗି ଯାଉଥିବା ଦେଖିବାକୁ ମିଳିଛି। ସେ ରାଗିଯାଇ ‘ଏଠାରୁ ଚାଲିଯାଅ’ ବୋଲି କହୁଥିବାର ଶୁଣିବାକୁ ମିଳୁଛି।
ପ୍ରଥମେ ସେ ହସି ହସି କଥା ହେଉଛନ୍ତି। ହେଲେ ବାରମ୍ବାର କ୍ଲିକ୍ ହେବା ପରେ ସେ ରାଗି ଯାଉଛନ୍ତି। କହୁଛନ୍ତି, ‘ସାର୍ ଦୟାକରି ଏବେ ବନ୍ଦ କରିଦିଅନ୍ତୁ, ବହୁତ ହୋଇଗଲା’। ସାରାଙ୍କର ଏହି ଭିଡିଓ ଦେଖି ସମସ୍ତେ ଚକିତ ହୋଇ ଯାଇଛନ୍ତି। କାରଣ ସବୁବେଳେ ହସ ହସ ମୁହଁରେ ଥିବା ଏହି ଅଭିନେତ୍ରୀ ହଠାତ ରାଗିଯିବା କଥାକୁ କେହି ଗ୍ରହଣ କରି ପାରିନାହାନ୍ତି।