ନୂଆଦିଲ୍ଲୀ: କିଛି ମାସ ତଳେ ଇସଲାମ ଧର୍ମ ପାଇଁ ଅଭିନୟଠାରୁ ନିଜକୁ ଦୂରେଇ ଦେଇଥିଲେ ଲୋକପ୍ରିୟ ଅଭିନେତ୍ରୀ ଜାଇରା ୱସିମ୍। ଯାହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏବେ ପୁଣି ଜଣେ ଅଭିନେତା ଇସଲାମ ଧର୍ମ ପାଇଁ ଅଭିନୟ ଛାଡ଼ିଥିବା ଜଣା ପଡ଼ିଛି। ଭାରତ ବିରୋଧରେ ଉତ୍ତେଜକ ଭାଷଣ ଦେଇ ବିବାଦରେ ରହିଥିବା ପାକିସ୍ତାନୀ ଅଭିନେତା ହମଜୀ ଅଲ୍ଲୀ ଅବ୍ବାସୀ ଏବେ ଧର୍ମ ପାଇଁ ଅଭିନୟକୁ ଛାଡ଼ିଛନ୍ତି। ଅଭିନୟ ନ କରି ଇସଲାମର ପ୍ରଚାର କରିବା ସହ ଲୋକଙ୍କ ପାଖରେ ପହଞ୍ଚାଇବାର କାମ ଅବ୍ବାସୀ କରିବେ ବୋଲି କହିଛନ୍ତି।
Welll.... This is what i wanted to say... for now! 😁https://t.co/q7vap8eArs
— Hamza Ali Abbasi (@iamhamzaabbasi) November 14, 2019
ସୂଚନା ମୁତାବକ, ଅବ୍ବାସୀ ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତା ହୋଇଥିବା ବେଳେ ମେ ହୁଁ ଶହିଦ୍ ଅଫ୍ରିଦି ଓ ପ୍ୟାରେ ଅଫଜଲ ଭଳି ଫିଲ୍ମରେ କାମ କରି ସାରିଛନ୍ତି। ତାଙ୍କ ଅଭିନୟ ପାଇଁ ତାଙ୍କୁ ଅନେକ ବଡ଼ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ଟୁଇଟରରେ ଏକ ଭିଡିଓ ସେୟାର କରି ସେ ଅଭିନୟ ଛାଡ଼ୁଥିବା କଥା କହିଛନ୍ତି। ଏତେ ବଡ଼ ନିଷ୍ପତ୍ତି ସେ ୧୦ବର୍ଷ ପରୀକ୍ଷା କରିବା ପରେ ନେଇଥିବା କହିଛନ୍ତି। ଆଗକୁ ସେ ନିଜର ଭିଡିଓ ସେୟାର କରି ଲୋକଙ୍କ ପାଖରେ ଇସଲାମ ଧର୍ମକୁ ପହଞ୍ଚାଇବେ ବୋଲି ଭିଡିଓ ସେୟାର କରି ଜଣାଇଛନ୍ତି।