ମୁମ୍ବାଇ: ପୂରା ଦେଶରେ ଏବେ ହୋଲି ମାହଲ। ବିଭିନ୍ନ ପ୍ରକାର ରଂଗରେ ରଂଗୀନ ହେଉଛନ୍ତି ଦେଶବାସୀ। ସମସ୍ତେ ନିଜ ନିଜ ତରିଆରେ ରଂଗର ପର୍ବ ହୋଲି ମନାଇବାରେ ବ୍ୟସ୍ତ। ହୋଲି ପର୍ବ ହେତୁ ଜଣେ ଅନ୍ୟ ଜଣକୁ ଅଭିନନ୍ଦନ ଜଣାଇବାରେ ବ୍ୟସ୍ତ। ତେବେ, ଏହି ପର୍ବ ହେତୁ ଭାରତୀୟଙ୍କୁ ଅଭିନନ୍ଦନ ଦେବାକୁ ଭୁଲିନାହାନ୍ତି ପାକିସ୍ତାନୀ କଳାକାର।
ପାକ୍ ଅଭିନେତ୍ରୀ ମାହିରା ଖାନ ହୋଲି ଅବସରରେ ଏକ ଟ୍ଵିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି କି ‘ଖୁସି ଓ ପ୍ରେମ ମନାଉଥିବା ସମସ୍ତଙ୍କୁ ହୋଲିର ଶୁଭେଚ୍ଛା।’
Happy Holi to all celebrating!! Happiness and love ??
— Mahira Khan (@TheMahiraKhan) 20 March 2019
ଗତକାଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ଵିଟ୍ ଜରିଆରେ ଭାରତୀୟଙ୍କୁ ହୋଲିର ଶୁଭକାମନା ଦେବା ପରେ ଏହା ବେଶ୍ ଚର୍ଚ୍ଚା ପାଲଟିଥିଲା।
ଇମ୍ରାନ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଲେଖିଥିଲେ ଯେ ‘ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ହୋଲିର ଅଭିନନ୍ଦନ। ରଂଗର ପର୍ବରେ ସଭିଙ୍କୁ ସୁଖ ଓ ଶାନ୍ତିର ହୋଲି।’
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପରେ ଭାରତ-ପାକ୍ ଭିତରେ ପ୍ରାୟ ଶୁଭେଚ୍ଛା ଦିଆନିଆ ପ୍ରଥା ବନ୍ଦ ହୋଇ ଯାଇଥିଲେ।