ପାକିସ୍ତାନ ବଲିଉଡର ପ୍ରଚାର କରିବାକୁ ଚାହୁଁନାହିଁ, ହେଲେ ମୁଁ ଶାହରୁଖଙ୍କ ପ୍ରଚାର କରିବି: ପାକ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ଜାନୁଆରି ୨୫ରେ ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଭାରତରେ ଏହି ଫିଲ୍ମକୁ ଭଲପାଇବା ମିଳୁଥିବା ବେଳେ ବିରୋଧୀ ଦେଶ ପାକିସ୍ତାନରେ ମଧ୍ୟ ‘ପଠାନ’କୁ ଲୋକେ ପସନ୍ଦ କରୁଥିବା ଜଣାପଡ଼ିଛି।

ପାକ୍ ଅଭିନେତ୍ରୀ ଅନୁଶେ ଅଶରଫ ଏବେ ଖୁଲମ ଖୁଲା ଶାହାରୁଖଙ୍କ ପ୍ରଶଂସା କରିଥିବା ଦେଖାଯାଇଛି। ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଅନୁଶେ ଅଶରଫ ଲେଖିଛନ୍ତି, ‘ଯେତେ ଲୋକ ତାଙ୍କୁ ନାପସନ୍ଦ କଲେ ବି ଏବଂ ଆମେ ବଲିଉଡର ପ୍ରଚାର କରିବା ଉଚିତ ନୁହେଁ ବୋଲି ପାକିସ୍ତାନୀମାନେ କହିଲେ ବି ମୁଁ ଏହା କରିପାରିବି ନାହିଁ। କାରଣ ମୋ ପାଇଁ ଶାହରୁଖ ଜଣେ ୟୁନିଭର୍ସାଲ ସୁପରଷ୍ଟାର। କଳାକାର ଭାବରେ, ମୁଁ ବିଶ୍ୱାସ କରେ ଯେ ଜଣେ କଳାକାରର କୌଣସି ସୀମା ନଥାଏ। ଏହି ବ୍ୟକ୍ତି (ଶାହରୁଖ ଖାନ) କମାଲ କାମ କରିଛନ୍ତି ଏବଂ ବହୁତ ଉପଯୋଗୀ କଥା କୁହନ୍ତି। ମୁଁ ସବୁବେଳେ ଶାହାରୁଖ ଖାନଙ୍କ ପ୍ରଶଂସକ ହୋଇ ରହିବି।

ଫିଲ୍ମ ‘ପଠାନ’ ବିଷୟରେ କହିବାକୁ ଗଲେ ଶାହରୁଖ ଖାନଙ୍କ ଫିଲ୍ମ ପ୍ରଥମ ପାଞ୍ଚ ଦିନରେ ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ର ଭାରତରେ ୨୫୦କୋଟିରୁ ଅଧିକ ଆୟ କରିଥିବାବେଳେ ଏହାର ବିଶ୍ବବ୍ୟାପୀ ଆୟ ୫୦୦କୋଟି ଅତିକ୍ରମ କରିଛି।

ସମ୍ବନ୍ଧିତ ଖବର