ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଦେଖା ହୋଇ ତାଙ୍କୁ ଚାପୁଡ଼ା ମାରିବାକୁ ଚାହୁଛି। ନିକଟରେ ପାକିସ୍ତାନୀ ଅଭିନେତ୍ରୀ ନୌଶିନ ଶାହା ଏକ ସାକ୍ଷାତକାରରେ ଏଭଳି କହିଛନ୍ତି। ଟକ୍ ସୋ’ 'ହଦ୍ କର ଦି'ରେ କଙ୍ଗନାଙ୍କୁ ନେଇ ଏଭଳି କହିଛନ୍ତି ନୌଶିନ୍। କେଉଁ ବଲିଉଡ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ସେ ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି ପଚରାଯିବାରୁ ନୌଶିନ୍ କହିଥିଲେ ଯେ, ସେ କଙ୍ଗନା ରାନାୱତଙ୍କୁ ଭେଟିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ଚାପୁଡା ମାରିବାକୁ ଚାହୁଛନ୍ତି।
ଏହା ପରେ ପରେ ସେ କହିଥିଲେ, “ସେ ମୋ ଦେଶ ଏବଂ ପାକିସ୍ତାନୀ ସେନା ବିଷୟରେ ଯେଉଁଭଳି ଭାବରେ ନିରର୍ଥକ କଥା କୁହନ୍ତି, ମୁଁ ତାଙ୍କ ସାହସକୁ ପ୍ରଣାମ କରୁଛି। ତାଙ୍କର କୌଣସି ଜ୍ଞାନ ନାହିଁ କିନ୍ତୁ ଦେଶ ବିଷୟରେ କଥାବାର୍ତ୍ତା କରୁଛନ୍ତି। ସେ ବି ଅନ୍ୟ ଦେଶ ବିଷୟରେ। ତାଙ୍କୁ ନିଜ ଦେଶ ଉପରେ ଧ୍ୟାନ ଦେବା ଉଚିତ୍, ନିଜ ଅଭିନୟ ଉପରେ ଧ୍ୟାନ ଦେବା ଉଚିତ୍, ନିଜ ବିବାଦ, ପୂର୍ବ ପ୍ରେମିକମାନେ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍। ସେ କିପରି ଜାଣିଲେ ଯେ ପାକିସ୍ତାନରେ ଲୋକମାନଙ୍କ ସହ ଅସଦାଚରଣ କରାଯାଉଛି? ସେ ପାକିସ୍ତାନୀ ସେନା ବିଷୟରେ କିପରି ଜାଣିଲେ? ସେ ଆମ ଏଜେନ୍ସି ବିଷୟରେ କିପରି ଜାଣିଲେ? ଆମେ ନିଜେ ଜାଣିନାହୁଁ, ଏଜେନ୍ସି ଆମ ଦେଶରେ। ସେ ଆମ ଦେଶ ବିଷୟରେ ଏତେ କଥା କିପରି ଜାଣିଲେ? "
ଏହା ପରେ ସେ କଙ୍ଗନାଙ୍କ ପ୍ରଶଂସା କରି କହିଥିଲେ, “ସେ ଜଣେ ଭଲ ଅଭିନେତ୍ରୀ ଓ ବହୁତ ସୁନ୍ଦର ମହିଳା। କିନ୍ତୁ ମୁଁ ଦୁଃଖିତ ଯେ, ଯେତେବେଳେ ଅନ୍ୟ ଲୋକ ଏବଂ ଦେଶକୁ ସମ୍ମାନ ଦେବା କଥା ଆସେ ସେତେବେଳେ ସେ ବହୁତ ଖରାପ।