ଇସ୍ଲାମ୍ବାଦ୍: ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସବା ଫୈସଲ୍ଙ୍କ ଘରେ ଚାଲିଛି ହାଇ ଭୋଲ୍ଟେଜ୍ ଡ୍ରାମା। ଆଜିକାଲି ତାଙ୍କ ଘରେ ଶାଶୂ-ବୋହୂ ଡ୍ରାମା ଖୁବ୍ ଦେଖିବାକୁ ମିଳୁଛି। ସବା ତାଙ୍କ ବୋହୂ ନେହା ମଲ୍ଲିକ ଓ ବଡ଼ ପୁଅ ସଲ୍ମାନ ଫୈସଲଙ୍କ ସଂପର୍କରେ ଏକ ଭିଡିଓ ସେୟାର କରିଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ତାଙ୍କ ଘରେ ତାଙ୍କ ବୋହୂ ନେହାଙ୍କ କାରଣରୁ ବହୁ ସମସ୍ୟା ଉପୁଜିଛି। ଯଦି ତାଙ୍କ ପୁଅ ତାଙ୍କ ପତ୍ନୀ ନେହାଙ୍କ ସହ ରାହିବାକୁ ଚାହାନ୍ତି ତ ତାହା ତାଙ୍କ ଉପରେ ନିର୍ଭର କରେ। ମାତ୍ର ସେ ନିଜ ପୁଅ, ବୋହୂଙ୍କ ସହ କୌଣସି ସଂପର୍କ ରଖିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସେ ଭିଡିଓରେ ବୋହୂ ନେହାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ନେହାଙ୍କ ପରି ନେଗେଟିଭ୍ ଲୋକ ଯେଉଁ ବି ଖାନ୍ଦାନ୍କୁ ଆସିଯିବେ ସେଠାରେ ସଂପର୍କ ବିଗାଡ଼ି ଦେବେ। ସେ ଆହୁରି ବି କହିଛନ୍ତି ଯେ ‘ମୁଁ ଗତ ୪ ବର୍ଷ ହେବ ଅନେକ ମୁସ୍କିଲ୍ ସହିଲିଣି। ଏ ସବୁ କିଛି କେବଳ ମୋ ପୁଅ କାରଣରୁ। ମୋ ବୋହୂ ନେହା ମୋତେ ବହୁତ କିଛି ଶୁଣାଇଛି, ମୋ ଝିଅକୁ ବି ଶୁଣାଇଛି। ହେଲେ ମୁଁ ଏବେ ଆଉ ସହ୍ୟ କରିବିନି। ମୁଁ, ମୋ ସ୍ବାମୀ, ମୋ ଝିଅ ଓ ମୋ ସାନ ପୁଅଙ୍କ ଆଉ ସେ ସ୍ବାମୀ ସ୍ତ୍ରୀଙ୍କ ସହ କୌଣସି ସଂପର୍କ ନାହିଁ।’
View this post on Instagram