‘କଚ୍ଚା ବାଦାମ’ ଗୀତର ରମଜାନ ସଂସ୍କରଣ ଗାଇବା ପାକିସ୍ତାନ କଳାକାରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ‘କଚ୍ଚା ବାଦାମ’ ଗୀତ ବହୁତ ଲୋକପ୍ରିୟ ହୋଇଛି। କଚ୍ଚା ବାଦାମ ଗୀତ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହା ଚହଳ ପକାଇଛି। ସମସ୍ତେ ‘କଚ୍ଚା ବାଦାମ’ ଗୀତରେ ରିଲ୍  ତିଆରି କରି ପୋଷ୍ଟ କରୁଛନ୍ତି । ଏହି ଗୀତ ଗାଇଥିବା ବଙ୍ଗାଳୀ ବାଦାମ ବିକ୍ରେତା ଭୁବନ ବାଦକର ରାତାରାତି ଲୋକପ୍ରିୟ ହୋଇଯାଇଥିଲେ। ବର୍ତ୍ତମାନ ଏହି ଗୀତର ରମଜାନ ସଂସ୍କରଣ ପାକିସ୍ତାନରେ ଚର୍ଚ୍ଚାରେ ରହିଛି। ।

ବାସ୍ତବରେ ପଡୋଶୀ ଦେଶ ପାକିସ୍ଥାନରେ କଚ୍ଚା ବାଦାମ ଗୀତର ‘ରମଜାନ ସଂସ୍କରଣ’ ସାମ୍ନାକୁ ଆସିଛି। ପାକିସ୍ତାନୀ କଳାକାର ଏହି ଗୀତର ରମଜାନ ସଂସ୍କରଣ କରି ଭୁବନ ପରି ଲୋକପ୍ରିୟତା ହାସଲ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ତାଙ୍କୁ ଭାରି ପଡ଼ି ଯାଇଛି। ଲୋକମାନେ ତାଙ୍କୁ ସୋସିଆଲ୍ ମିଡିଆରେ ତୀବ୍ର ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। କଞ୍ଚା ବାଦାମର ଏହି ରିମିକ୍ସ ସଂସ୍କରଣ ପାକିସ୍ତାନର ବିଚିତ୍ର ଭାଇରାଲ୍ ଭିଡିଓ ପାଇଁ ପ୍ରସିଦ୍ଧ ୟୁଟ୍ୟୁବର୍ ୟାସିର ସୋହରବର୍ଦି ଗାନ କରିଛନ୍ତି।

 

ୟାସିର ସୋହରବର୍ଦି ଏହି ଗୀତକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ଏହି ଗୀତରେ ବିଲେଇ ଏବଂ ପକ୍ଷୀମାନେ ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି। ସେ ହୁଏତ କାଚ୍ଚା ବାଦାମର ରମଜାନ ସଂସ୍କରଣକୁ ବଡ଼ ହୃଦୟରେ ଗାଇଥାଇ ପାରନ୍ତି, କିନ୍ତୁ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହି ଗୀତକୁ ଆଦୌ ପସନ୍ଦ କରି ନାହାଁନ୍ତି। ଏହା ପରେ ଲୋକମାନେ ତାଙ୍କୁ ଟ୍ୱିଟରରେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ୟାସିର ଏହି ଗୀତର ନାମ ‘ରୋଜା ରଖୁଙ୍ଗା’ ରଖିଛନ୍ତି|

ସମ୍ବନ୍ଧିତ ଖବର