ନୂଆଦିଲ୍ଲୀ: ପାକିସ୍ତାନରେ ଏଇ କିଛିଦିନ ହେବ ‘ତିଫା’କୁ ଖୋଜିବାରେ ସମସ୍ତେ ଲାଗିପଡ଼ିଛନ୍ତି। ତିଫା ସମ୍ପର୍କରେ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ପାକିସ୍ତାନ କ୍ରିକେଟର ବି ପ୍ରଶ୍ନ କରୁଛି କିଏ ଏହି ତିଫା?
ତେବେ ଘଟଣା ଟି ହେଉଛି ଏପରି...ପାକିସ୍ତାନୀ ଅପକମିଂ ସିନେମା ‘ତିଫା ଇନ୍ ଟ୍ରବଲ’କୁ ନେଇ ଦର୍ଶକଙ୍କ ମଧ୍ୟରେ ‘ତିଫା’ କିଏ ବୋଲି ଏକ କ୍ରେଜ ଜୋରସୋର ଚାଲିଛି। ଏହା ଏଭଳି ଏକ ଘଟଣା ଯେମିତି ଭାରତରେ ‘କଟ୍ଟପା ବାହୁବଳୀଙ୍କୁ କାହିଁକି ମାରିଥିଲା’ ବୋଲି ଦର୍ଶକଙ୍କ ମନରେ କ୍ରେଜ ଥିଲା। ତେବେ ସମ୍ପ୍ରତି ତିଫାକୁ ନେଇ ପାକିସ୍ତାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସାନିଆ ମିର୍ଜାଙ୍କ ସ୍ୱାମୀ ବି ତିଫା କିଏ ଓ ତାଙ୍କ ବିଷୟରେ ଜାଣିବା ପାଇଁ ଚାହିଁଛନ୍ତି।
ପାକିସ୍ତାନର ସଙ୍ଗୀତଜ୍ଞ ଅଲି ଜଫର ଏହି ସିନେମା ଜରିଆରେ ପାକିସ୍ତାନରେ ଡେବ୍ୟୁ କରୁଛନ୍ତି। ଅଲି ଅନେକ ଭାରତୀୟ ସିନେମାରେ କାମ କରିସାରିଛନ୍ତି। ଅଲି ନିଜର ଡେବ୍ୟୁ ସିନେମାର କେତେଟି ଫଟୋ ସେୟାର ମଧ୍ୟ କରିଛନ୍ତି। କିନ୍ତୁ ଫଟୋରେ ତାଙ୍କ ଚେହେରା ଅସ୍ପଷ୍ଟ ରହିଛି। ଏହି କାରଣରୁ ବି ତିଫାକୁ ନେଇ ଲୋକମାନଙ୍କ ମଧ୍ୟରେ ଅଧିକ ଉତ୍ସୁକତା ପ୍ରକାଶ ପାଇଛି।
ତେବେ ତିଫା କିଏ ? ଏହାର ଉତ୍ତର ଫେବ୍ରୁଆରି ୨୨ ତାରିଖରେ ସୁପର ଲିଗ୍ରେ ରିଲିଜ ହେବାକୁ ଥିବା ସିନେମା ଟ୍ରେଲରରେ ଏହା ସ୍ପଷ୍ଟ ହୋଇଯିବ। ସିନେମାର ଟ୍ରେଲର ରିଲିଜ ହେବା ପୂର୍ବରୁ ପାକ୍ କ୍ରିକେଟର ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତିଫା କିଏ ? ବୋଲି ବି ପଚାରି ଥିବାରୁ ଶୁଣିବାକୁ ମିଳୁଛି। ଭିଡିଓରେ ସାନିଆ ମିର୍ଜାଙ୍କ ସ୍ୱାମୀ ସୋଏବ ମଲିକଙ୍କ ସମେତ ଅହମଦ ଶହଜାଦ, ସାହିଦ ଅଫରିଦି, ରମିଜ ରାଜା ଓ ବସିମ ଅକରମ ବି ନଜର ଆସୁଛନ୍ତି।