ଅବିକଳ ରଜନୀକାନ୍ତଙ୍କ ଭଳି ଦେଖା ଯାଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ପାକିସ୍ତାନର ଜଣେ ବ୍ୟକ୍ତି ଦେଖା ଯାଉଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଛି। ଏହି ବ୍ୟକ୍ତିଙ୍କ ନାମ ରେହମତ ଗାଶକୋରି ବୋଲି ଜଣାପଡ଼ିଛି।
ଗାଶକୋରି ହୃଦୟଙ୍ଗମ କରିଥିଲେ ଯେ ସେ ଭାରତୀୟ ଚଳଚ୍ଚିତ୍ର ତାରକା ରଜନୀକାନ୍ତଙ୍କ ଭଳି ଦେଖା ଯାଉଛନ୍ତି। ତାଙ୍କ ସାଙ୍ଗମାନେ ବି ଅନେକଥର ରଜନୀକାନ୍ତ ଭଳି ଦେଖା ଯାଉଛନ୍ତି ବୋଲି କହିଥିଲେ। ଏହାପରେ ସେ ସୁପରଷ୍ଟାର ରଜନୀକାନ୍ତଙ୍କ ଭଳି ସଜେଇ ହେବା ଆରମ୍ଭ କରି ଦେଇଥିଲେ।

ସେ ଏକ ସାକ୍ଷାତକାରରେ କହିଛନ୍ତି, “ସିବିରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ମୋର ସେବା ସମୟରେ, ରଜନୀକାନ୍ତଙ୍କ ସହ ସମାନତା ଥିବା ବିଷୟରେ ମନ୍ତବ୍ୟ ପାଇ ମୁଁ ବିଶେଷ କିଛି ଧ୍ୟାନ ଦେଇ ନଥିଲି । କିନ୍ତୁ ମୁଁ ଅବସର ନେବା ପରେ ସୋସିଆଲ ମିଡିଆ ବ୍ୟବହାର କରିବା ଆରମ୍ଭ କରିଥିଲି । ସେବେଠାରୁ ଅନେକ ଲୋକେ ମୋତେ ରାଜନୀକାନ୍ତ ବୋଲି ଡାକିବା ଆରମ୍ଭ କରିଥିଲେ। ମୁଁ ଏହାକୁ ଗ୍ରହଣ କଲି କାରଣ ମୁଁ ଅନୁଭବ କଲି ଯେ ଭଗବାନ ମୋତେ ଜଣେ ମହାନ ଅଭିନେତାଙ୍କ ଅବିକଳ କରିବା ସହିତ ମଣିଷ ଭାବରେ ଆଶୀର୍ବାଦ କରିଛନ୍ତି। ”

ଏହା ପରେ ସେ ରଜନୀଙ୍କୁ ଅନୁକରଣ କରିବା ଆରମ୍ଭ କରି ସୋସିଆଲ ମିଡିଆରେ ବିଭିନ୍ନ ପୋଜର ଫଟୋ ପୋଷ୍ଟ କଲେ । ଧୀରେଧୀରେ ଲୋକ ପ୍ରିୟତା ବଢ଼ିଲା । ଲୋକେ ରେହମତ ଗାଶକୋରିଙ୍କୁ ଯେଉଁଠି ଦେଖିଲେ ସେଲଫି ନେବା ପାଇଁ ଭିଡ଼ କରୁଛନ୍ତି। ଏହା  ତାଙ୍କୁ ଖୁବ ଭଲ ଲାଗୁଛି।

ସମ୍ବନ୍ଧିତ ଖବର