ଦିବଗଂତ ଶ୍ରୀଦେବୀ ଓ ଇର୍ଫାନଙ୍କୁ ନେଇ ଥଟ୍ଟା କରିବା ପାକିସ୍ତାନୀ ଟିଭି ହୋଷ୍ଟ୍‌ଙ୍କୁ ମହଙ୍ଗା ପଡ଼ିଲା, କ୍ଷମା ମାଗିଲେ

ଇସ୍‌ଲାମବାଦ୍‌: ଭାରତୀୟ ସିନେ ଜଗତର ଦୁଇ ପ୍ରଖ୍ୟାତ କଳାକାର ଅଭିନେତ୍ରୀ ଶ୍ରୀଦେବୀ ଓ ଇର୍ଫାରନ ଖାନ୍‌ଙ୍କ ମୃତ୍ୟୁକୁ ନେଇ ଥଟ୍ଟା କରିବା ଜଣେ ପାକିସ୍ତାନୀ ଟିଭି ‌ହୋଷ୍ଟ୍‌ଙ୍କୁ ମହଙ୍ଗା ପଡ଼ିଛି। ସେ ଏହି ଦୁଇ କଳାକାରଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ କ୍ଷମା ମାଗିଛନ୍ତି।

୨୦୧୮ ମସିହାରେ ଶ୍ରୀଦେବୀ ଓ ଗତ କିଛି ଦିନ ତଳେ ଇର୍ଫାନଙ୍କ ମୃତ୍ୟୁ  ସିନେ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ଏହି ଦୁଇ କଳାକାରଙ୍କ ସହ କାମ କରିଥିବା ଅଭିନେତା ଆଦ୍‌ନାନ୍‌ ସିଦ୍ଦିକି‌ଙ୍କୁ ନେଇ ହୋଷ୍ଟ୍‌ ଜଣକ ମଜା କରିଥିବାର ଦେଖିବାକୁ ମିଳିଛି।

ହୁସେନ ମଜା‌ କରି କହିଛନ୍ତି କି ଆଦ୍‌ନାନ୍‌ ରାଣୀ ମୁଖାର୍ଜୀ ଓ ବିପାଶା ବସୁଙ୍କ ଜୀବନ ବଞ୍ଚାଇ ଦେଲ୍‌। ଆଦ୍‌ନାନ୍‌ ଆଶ୍ଚର୍ଯ୍ୟ ହୋଇ କେମିତି ବୋଲି ପଚାରିବାରୁ ହୁସେନ ଉତ୍ତର ଦେଇଛନ୍ତି, ‘ଆଦ୍‌ନାନ ପାକିସ୍ତାନ ବାହାରେ ଯେଉଁ କଳାକାରଙ୍କ ସହ କାମ କରୁଛନ୍ତି ସେ ମରି ଯାଉଛନ୍ତି।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ‌ଯେ, ଆଦ୍‌ନାନ ଶ୍ରୀଦେବୀ ଓ ଇର୍ଫାନଙ୍କ ସହ କାମ କରି ସାରିଛନ୍ତି। ରାଣୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ’ ଆଉ ବିପାଶ ବସୁଙ୍କ ସହ ‘ଜିସ୍ମ’ରେ ଅଭିନୟ ପାଇଁ ଆଦ୍‌ନାନଙ୍କୁ ଅଫର୍‌ ମିଳିଥିଲେ ବି ସେ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର