ପାକିସ୍ତାନୀ ଭିଡିଓ ଜକିଙ୍କ ବିବାଦୀୟ ବୟାନ: ପ୍ରିୟଙ୍କା-ଦୀପିକାଙ୍କୁ ଦେଖିଲେ ବାନ୍ତି ଲାଗେ

ମୁମ୍ବାଇ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏହି ବିଷୟକୁ ନେଇ ଦୁଇ ଦେଶର ରାଜନୀତି ସରଗରମ ହୋଇଥିବା ବେଳେ ସେଲିବ୍ରିଟିମାନେ ମଧ୍ୟ ପରସ୍ପରକୁ ଟ୍ରୋଲ କରିବାକୁ ପଛାଉ ନାହାନ୍ତି । ଦୁଇ ଦେଶ ପରସ୍ପରର ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ପାକିସ୍ତାନୀ ଭିଡିଓ ଜକି ବକାର ଜକା ବିବାଦୀୟ ବୟାନ ଦେଇଛନ୍ତି । ନିଜ ଟୁଇଟ୍‌ର ହ୍ୟାଣ୍ଡଲରୁ ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସେ ନିଜ ମନ କଥା ଜଣାଇଛନ୍ତି ।

Image result for pakistani-waqar-zaka-trolls-on-comment-on-bollywood-including-priyanka-chopra-deepika-padukone
Amar Ujala

ଭିଡିଓରେ ବକାର କହିଛନ୍ତି, ପାକିସ୍ତାନରେ ଭାରତୀୟ ଅଭିନେତ୍ରୀଙ୍କୁ ନେଇ କରାଯାଉଥିବା ବିଜ୍ଞାପନକୁ ହଟାଇ ଦେବା ଦରକାର । ଯେଉଁ କମ୍ପାନୀମାନେ ଭାରତୀୟ ଅଭିନେତ୍ରୀକୁ ନେଇ ବିଜ୍ଞାପନ କରୁଛନ୍ତି, ସେମାନଙ୍କୁ ଏ ବିଷୟରେ ଚିନ୍ତା କରିବା ଦରକାର । ଥରେ ମୁଁ ଦୀପିକାଙ୍କୁ ଭେଟିଥିଲି, ବାନ୍ତି ଆସୁ ଆସୁ ରହି ଯାଇଥିଲା ବୋଲି କହିଛନ୍ତି ବକାର । ଏହା ସହ ପ୍ରିୟଙ୍କାଙ୍କୁ ନେଇ ମଧ୍ୟ ସେ ଅପମାନ କଲା ଭଳି କଥା କହିଥିବା ଭିଡିରେ ଦେଖାଯାଇଛି ।

ସମ୍ବନ୍ଧିତ ଖବର