ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ୍ ଏବେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ‘ତାରେ ଜମିନ୍’ ଫେମ୍ ଦର୍ଶୀଲ୍ ସଫାରୀଙ୍କ ଅପୋଜିଟରେ ନାୟିକା ସାଜି ପଲକ୍ ପରଦାକୁ ଆସିବେ । ଏକଥାକୁ ଶ୍ୱେତା ତିଓ୍ଵାରୀ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ସିନେମାର ଟାଇଟଲ ହେଲା ‘କ୍ୱିିକ୍କି’ । ଏହା ଏକ ଟିନ୍ ଏଜ୍ କମେଡି ବୋଲି କହିଛନ୍ତି ପଲକ୍।
ତାଙ୍କ ଅନୁଯାୟୀ ଆଗରୁ ବୋଧହୁଏ ଏଭଳି ସିନେମା ତିଆରି ହୋଇନଥିବ। ଖୁବ୍ ଶୀଘ୍ର ଦର୍ଶୀଲ ଏବଂ ପଲକଙ୍କ ଉପରେ ଏକ ଗୀତର ପିକଚରାଇଜ୍ ହେବ। ବର୍ଷ ଶେଷବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ। ପଲକ ତାଙ୍କର କୋଷ୍ଟାର୍ ଦର୍ଶୀଲ୍ ସଫାରୀଙ୍କ ପ୍ରଶଂସା କରୁଛନ୍ତି। ସେ କହୁଛନ୍ତି ଯେ ଦର୍ଶୀଲ୍ ଜଣେ ଭଲ ଡାନସର୍ ଏବଂ ଅଭିଜ୍ଞ କଳାକାର। ତାଙ୍କ ସହ କାମ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ପଲକ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପଲକ ହେଉଛନ୍ତି ଶ୍ୱେତା ତିଓ୍ଵାରୀ ଏବଂ ତାଙ୍କ ପ୍ରଥମ ସ୍ୱାମୀ ରାଜା ଚୌଧୁରୀଙ୍କ ଝିଅ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/Palak-Tiwarii.png)