ମୁମ୍ବାଇ: ଦବଙ୍ଗ ବୟ ସଲ୍ମାନ ଖାନ୍ଙ୍କ ଫିଲ୍ମ ‘କିସିକା ଭାଇ କିସିକା ଜାନ୍’ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମର ଏକ ଗୀତ ବି ରିଲିଜ୍ ହୋଇ ସାରିଛି। ଏହି ଫିଲ୍ମରେ ଟେଲିଭିଜନ ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ଝିଅ ପଲକ ତିୱାରୀ ତାଙ୍କର ଅଭିନୟ ଡେବ୍ୟୁ କରିଛନ୍ତି। ପଲକ ନିକଟରେ ଏକ ସାକ୍ଷାତ୍କାରରେ ସଲ୍ମାନଙ୍କ ସହ କାମ କରିବା ବେଳେ ତାଙ୍କ ଅଭିଜ୍ଞତା କିପରି ଥିଲା ସେୟାର୍ କରିଛନ୍ତି। ସେ କହିଛନ୍ତି ଯେ ସଲ୍ମାନ ଖାନ୍ଙ୍କ ଫିଲ୍ମ ସୁଟିଂ ସେଟ୍ରେ ଯୁବତୀମାନଙ୍କ ପୋଷାକକୁ ନେଇ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି।
ପଲକ ତାଙ୍କ ସାକ୍ଷାତ୍କାରରେ କହିଛନ୍ତି କି ‘ମୁଁ ସଲ୍ମାନ ସାର୍ଙ୍କ ଫିଲ୍ମ ‘ଅନ୍ତିମ’ରେ ସହ ନିର୍ଦ୍ଦେଶିକା ଥିଲି। ମୋତେ ଲାଗୁନାହିଁ ଯେ କାହାକୁ ବି ଏକଥା ଜଣାଥିବ ଯେ ସଲ୍ମାନ ସାର୍ଙ୍କ ସୁଟିଂ ସେଟ୍ରେ ଯୁବତୀମାନଙ୍କ ପାଇଁ ଏକ ନିୟମ ରହିଥାଏ। ସଲ୍ମାନ ତାଙ୍କ ଫିଲ୍ମର ଯୁବତୀମାନଙ୍କୁ ଅତ୍ୟାଧୁନିକ ପୋଷାକ ପିନ୍ଧିବାକୁ ଦିଅନ୍ତି ନାହିଁ। ସେ ସବୁବେଳେ ମହିଳାଙ୍କ ନିରାପତ୍ତାକୁ ନେଇ ଯତ୍ନବାନ ଥାଆନ୍ତି। ତାଙ୍କ ସେଟ୍ରେ ଯେ ଯୁବତୀମାନଙ୍କୁ ସଂପୂର୍ଣ୍ଣ ପୋଷାକରେ ଦେଖିବାକୁ ପସନ୍ଦ କରନ୍ତି। ସେ କହନ୍ତି ଯାହା ପିନ୍ଧିବାର ଅଛି ପିନ୍ଧ, କିନ୍ତୁ ସେ ଝିଅମାନଙ୍କୁ ସୁରକ୍ଷାକୁ ନେଇ ସବୁବେଳେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଯତ୍ନବାନ ରୁହନ୍ତି।’ ପଲକ ଆହୁରି ବି କହିଛନ୍ତି ଯେ ତାଙ୍କ ମାଆ ଶ୍ବେତା ତିୱାରୀ ଯେତେବେଳେ ଝିଅ ମୁହଁରୁ ସଲ୍ମାନଙ୍କ ବିଷୟରେ ଏପରି ଶୁଣିଲେ ତ ସେ ବି ଖୁବ୍ ଖୁସି ହୋଇଗଲେ।