ମୁମ୍ବାଇ : ରିଲିଜ୍ ହେବା ପରେ ଫିଲ୍ମ ସୁପର-୩୦କୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ରିଲିଜ୍ର ୩ଦିନ ପରେ ଫିଲ୍ମଟି ୫୦କୋଟି ଆୟ କରି ସାରିଥିବା ବେଳେ ୧୦୦କୋଟି କ୍ଲବ୍ରେ ସାମିଲ ହେବା ପାଇଁ ଯାତ୍ରା ଆରମ୍ଭ କରିଛି । ଫିଲ୍ମରେ ରିତିକ୍ଙ୍କ ସହ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନୟକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖା ଯାଇଛି । ଏମିତି ବି ଚର୍ଚ୍ଚା ହେଉଛି କି, ପ୍ରଥମେ ଫିଲ୍ମର ମୁଖ୍ୟ ଭୂମିକା ପାଇଁ ପଙ୍କଜଙ୍କୁ ବାଛି ଥିଲେ କାଷ୍ଟିଂ ଡିରେକ୍ଟର । କିନ୍ତୁ ପରେ ରିତିକ୍ଙ୍କୁ ନିଆ ଯାଇଥିଲା ।

ଏ ନେଇ କାଷ୍ଟିଂ ଡିରେକ୍ଟରଙ୍କୁ ପଚରାଯିବା ପରେ, ଯାହା ବି ଚର୍ଚ୍ଚା ହେଉଛି, ତାକୁ ନେଇ ମୁଁ ସହମତ ନୁହେଁ । ପଙ୍କଜଙ୍କୁ ଫିଲ୍ମରେ ଯେଉଁ ଚରିତ୍ର ମିଳିଛି, ତାହା ପୂର୍ବରୁ ତାଙ୍କ ପାଇଁ ଥିଲା । ଫିଲ୍ମକୁ ଅଧିକରୁ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେଉଁ କଳାକାରଙ୍କ ଆବଶ୍ୟକତା ରହିଥିଲା, ତା’ ପାଇଁ ରିତିକ୍ ସଂପୂର୍ଣ୍ଣ ଫିଟ୍ ବୋଲି କହିଥିଲେ ।