ମୁମ୍ବାଇ: ୱେବସିରିଜ୍ 'ମିର୍ଜାପୁର'ର କାଲିନ ଭୈୟା ଓରଫ ପଙ୍କଜ ତ୍ରିପାଠୀ ତାଙ୍କର ନିଖୁଣ ଅଭିନୟ ପାଇଁ ଜଣାଶୁଣା। ଗତ କିଛି ବର୍ଷ ମଧ୍ୟରେ ସେ ବିଭିନ୍ନ ଫଲ୍ମ ଓ ୱେବସିରିଜରେ କାମ କରି ଲୋକପ୍ରିୟ ହୋଇଛନ୍ତି। ଆଗକୁ ପଙ୍କଜ ଖୁବ୍ ଶୀଘ୍ର ଫିଲ୍ମ 'ସ୍ତ୍ରୀ ୨'ରେ ନଜର ଆସିବେ। ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ପଙ୍କଜ କହିଛନ୍ତି ଯେ ଯେତେବେଳେ ବି ତାଙ୍କର କୌଣସି ଫିଲ୍ମ ବକ୍ସ ଅଫିସରେ ବିଫଳ ହୁଏ, ସେତେବେଳେ ସେ ସେହି ଫିଲ୍ମ ପାଇଁ ନେଇଥିବା ପାରିଶ୍ରମିକ ନିର୍ମାତାଙ୍କୁ ଫେରାଇ ଦିଅନ୍ତି।

Advertisment

ତାଙ୍କ କହିବା ମୁତାବକ, "ସୁଟିଂ ସମୟରେ ମୁଁ ମୋର ୧୦୦ପ୍ରତିଶତ ଦେଇଥାଏ। କିନ୍ତୁ ଯଦି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ନକରେ, ତେବେ ମୁଁ ନିର୍ମାତାଙ୍କୁ ଟଙ୍କା ଫେରସ୍ତ କରେ।" ଯେତେବେଳେ ବକ୍ସ ଅଫିସରେ ଫିଲ୍ମ ଫ୍ଲପ୍ ହୁଏ ସେତେବେଳେ ପଙ୍କଜ ଖରାପ ଅନୁଭବ କରନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ସେ ସାକ୍ଷାତକାରରେ କହିଥିଲେ ଯେ, "ଆଦୌ ନୁହେଁ। କାରଣ ମୁଁ ମୋର କାମ ଠିକ ଭାବରେ କଲି। ଯେତିକି ପରିଶ୍ରମ କରିବା କଥା କଲି। ମୁଁ କାହିଁକି ଖରାପ ଅନୁଭବ କରିବି?"

ତେବେ ଗତ ୩ବର୍ଷରେ ୧୪ଟି ଫିଲ୍ମ ସହ ଅନେକ ୱେବସିରିଜ୍ କରିଛନ୍ତି ପଙ୍କଜ। ତେଣୁ ଏବେ ସେ ନିଜ କାମ କମ କରିବାକୁ ଚାହୁଥିବା କହିଛନ୍ତି। ତାଙ୍କ କହିବା ମୁତାବକ, ଏକା ସାଙ୍ଗରେ ଏତେ କାମ କରୁଥିବାରୁ ମୋତେ ବିଶ୍ରାମ ମିଳୁନାହିଁ। ତେଣୁ ମୁଁ ଏବେ କମ କାମ ଏବଂ ଭଲ କାମ କରିବି।