ନୂଆଦିଲ୍ଲୀ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ 'ଗ୍ୟାଙ୍ଗସ୍ ଅଫ୍ ବାସେପୁର' ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ସିନେମା ଜରିଆରେ ଦର୍ଶକ ତାଙ୍କୁ ହୃଦୟରୁ ଗ୍ରହଣ କରିଥିଲେ ଏବଂ ବହୁତ ପ୍ରଶଂସା କରିଥିଲେ।
ପଙ୍କଜ ତ୍ରିପାଠୀଙ୍କ ଅଭିନୟ ସହିତ ତାଙ୍କ ପ୍ରେମ କାହାଣୀ ପାଇଁ ବି ଚର୍ଚ୍ଚାରେ ରହିଛି। ପଙ୍କଜଙ୍କ ଧର୍ମପତ୍ନୀ ମୃଦୁଲା ବି ସ୍ବାମୀଙ୍କୁ ସବୁକ୍ଷେତ୍ରରେ ସମର୍ଥନ କରି ଆସିଛନ୍ତି। କିନ୍ତୁ ଏକଥା ଖୁବ କମ ଲୋକ ଜାଣିଥିବେ କି ଏମିତି ଏକ ସମୟ ଥିଲା ମୃଦୁଲାଙ୍କ ପାଇଁ ପ୍ରସ୍ତାବ ଖୋଜିବା ପାଇଁ ପଙ୍କଜ ପରିବାରଲୋକଙ୍କୁ ସାହାଯ୍ୟ କରୁଥିଲେ।
ପାଟନାରେ ପାଠପଢା ଶେଷ କରିବା ପରେ ପଙ୍କଜ ଥିଏଟରରେ ଅଭିନୟ କରୁଥିଲେ। ଏହା ପରେ ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଅଭିନୟ ଶିଖିଥିଲେ। ସିନେମା ଶିଳ୍ପରେ ନିଜର କ୍ୟାରିୟର ଗଢ଼ିବା ପାଇଁ ପଙ୍କଜ ଖୁବ ସଂଘର୍ଷ କରିଛନ୍ତି। ଏହି ସମୟରେ ପଙ୍କଜଙ୍କ ସ୍ତ୍ରୀ ଘର ସମ୍ଭାଳିବା ସହିତ ଖର୍ଚ୍ଚ ନିଜ ମୁଣ୍ଡକୁ ନେଇଥିଲେ।
ପଙ୍କଜଙ୍କ ସ୍ତ୍ରୀ ମୃଦୁଲା ଏକ ସାକ୍ଷାତକାରେ କହିଥିଲେ, ‘ପଙ୍କଜଙ୍କ ପ୍ରେମ ପାଇଁ ମୁଁ ସବୁକିଛି ଛାଡ଼ି ଚାଲି ଆସିଥିଲି। ପଙ୍କଜଙ୍କ ମୋର ଏକ ଫ୍ୟାମିଲ ପଙ୍କସନରେ ଭେଟ ହୋଇଥିଲା। ପଙ୍କଜ ଆମ ପରିବାର ସହିତ ମିଶି ବି ଯାଇଥିଲେ। ଏମିତି କି ଘରେ ଯେତେବେଳେ ମୋ ପାଇଁ ବିବାହ ପ୍ରସ୍ତାବ ଖୋଜା ଯାଉଥିଲା ପଙ୍କଜ ବି ଏଥିରେ ସାମିଲ ଥିଲେ। ସେ ମୋ ପାଇଁ ପୁଅ ଦେଖିବା ପାଇଁ ଅନେକ ଥର ଯାଇଛନ୍ତି। ଆଉ ତାଙ୍କ ପସନ୍ଦ ମୁତାବକ ଏକ ପୁଅ ଠିକ ବି କରି ଆସିଥିଲେ।
ଯେତେବେଳେ ମୋ ବିବାହ ସ୍ଥିର ହୋଇଯାଇଥିଲା ମୁଁ ପଙ୍କଜଙ୍କ ପ୍ରେମରେ ପଡ଼ି ଯାଇଥିବା ଅନୁଭବ କଲି। ପଙ୍କଜଙ୍କୁ ଛାଡ଼ି ଅନ୍ୟ ପୁଅକୁ ବିବାହ କରି ପାରିବି ନାହିଁ ବୋଲି ସ୍ଥିର କରିଥିଲି। କଳେବଳେ କୌଶଳେ ବିବାହ ଭାଙ୍ଗି ସବୁକିଛି ଛାଡ଼ି ଦେଇ ପଙ୍କଜଙ୍କ ସହ ଆସି ବଏଜ ହଷ୍ଟେଲରେ ରହିଥିଲି।’