ନାବାଳିକାଙ୍କୁ ବଳ ପୂର୍ବକ ଚୁମ୍ବନ ଦେଇ ଫସିଥିଲେ କଣ୍ଠଶିଳ୍ପୀ ପାପୋନ, ୬ମାସ ପରେ ଏହି ଗୀତ ଜରିଆରେ ପୁଣି ଫେରୁଛନ୍ତି ପରଦାକୁ

ମୁମ୍ବାଇ: ସାରା ଦେଶ ହୋଲି ପାଳନ କରୁଥିବା ବେଳେ ଭାରତୀୟ ରିୟାଲିଟି ସୋ’ରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଲିଉଡ୍‌ର ଆଗ ଧାଡ଼ିର କଣ୍ଠଶିଳ୍ପୀ ପାପୋନଙ୍କୁ ନେଇ ତେଜିଥିଲା ବିବାଦ । ରିୟାଲିଟି ସୋ’ର ଜଣେ ନାବାଳିକା ପ୍ରତିଯୋଗୀଙ୍କୁ ରଙ୍ଗ ମାରିବା ସମୟରେ ତାଙ୍କୁ କରିଥିବା ଚୁମ୍ବନର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ବଢ଼ୁଥିବା ବିବାଦକୁ ଆଖି ଆଗରେ ରଖି ତାଙ୍କୁ ରିୟାଲିଟି ସୋ’ରୁ ମଧ୍ୟ ବାହାର କରି ଦିଆ ଯାଇଥିଲା ।

nenow.in

ଏହି ଘଟଣା ପରେ ସେ ୬ମାସ ହେଲା ନିଜକୁ ସଙ୍ଗୀତ ଠାରୁ ଦୂରେଇ ରଖିଥିଲେ । ତାଙ୍କର ଏଭଳି ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ କେହି କାମ ଦେବା ପାଇଁ ରାଜି ହେଉ ନଥିଲେ । କିନ୍ତୁ ଏବେ ୬ମାସ ପରେ ପାପୋନ ପୁଣି ଥରେ ନିଜ ସଙ୍ଗୀତ ପାଖକୁ ଫେରିଥିବା ଜଣା ପଡ଼ିଛି । ଫିଲ୍ମ ‘III Smoking Barrels’ରେ ସେ ନିଜର କଣ୍ଠଦାନ କରିଥିବା ଜଣା ପଡ଼ିଛି । ଗୀତ ‘ୟେ ତିସ୍‌ନଗୀ’ ସଙ୍ଗୀତରେ ସେ ନିଜ କଣ୍ଠଦାନ କରିଥିବା ବେଳେ ଏହାକୁ ଅଗଷ୍ଟ ୨୮ରେ ରିଲିଜ୍‌ କରାଯାଇଥିଲା ।

ସମ୍ବନ୍ଧିତ ଖବର