ପପୁ ପମପମ୍‌ ହେଉଛନ୍ତି ଏଲିନାଙ୍କର ଭିଣୋଇ ! ଜାଣନ୍ତୁ ଅସଲ କଥାଟି କ’ଣ  !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ହେଲେ ଏଲିନା  ସାମନ୍ତରାୟ ଏବଂ ହାସ୍ୟାଭିନେତା ଭାବେ ପପୁ ପମପମ୍‌ ସଫଳତାର ଶୀର୍ଷରେ ରହିଛନ୍ତି। ଏଦୁହେଁ କେତୋଟି ସିନେମାରେ ଏକାଠି କାମ ବି କରିଛନ୍ତି । ଏଥିମଧ୍ୟରେ ରହିଛି ଲଭ ଷ୍ଟେସନ୍‌ ,କାବୁଲା ବାରବୁଲା ଏବଂ ମୁଁ ଖାଣ୍ଟି ଓଡ଼ିଆ ଝିଅ ଆଦି ରହିଛି। ଏ ଦୁହିଁଙ୍କୁ ଦର୍ଶକ ପୁଣି ଭେଟିବେ ଏକ ନୂଆ ସିନେମାରେ ଭେଟିବେ ,ଯାହାର ଶୀର୍ଷକ ହେଲା ‘ଟୋକାଟା ଫସିଗଲା’। ଏହାର ନିର୍ଦ୍ଦେଶକ ହେଲେ  ରମେଶ ରାଉତ ଏବଂ ପ୍ରଯୋଜକ ସୀତାରାମ୍‌ ଅଗ୍ରଓ୍ଵାଲ୍‌। ଏଥିରେ ନାୟକ ଭୂମିକାରେ ଅଛନ୍ତି ସବ୍ୟସାଚୀ। ତେବେ ଆପଣ ଜାଣନ୍ତି କି ଏହି ସିନେମାରେ ଏଲିନା  ସାମନ୍ତରାୟ ଏବଂ ପପୁ ପମପମଙ୍କୁ କେଉଁ ଭୂମିକାରେ  ଦେଖିବାକୁ ପାଇବେ ସିନେପ୍ରେମୀ!

ଫିଲ୍ମର କଥାବସ୍ତୁ ଅନୁଯାୟୀ ଏଲିନା ହେଉଛନ୍ତି ହାସ୍ୟାଭିନେତା ପପୁ  ପମ୍‌ପମ୍‌ଙ୍କ ଶାଳୀ। ଅର୍ଥାତ୍‌ ପପୁ ହେଉଛନ୍ତି ଏଲିନାଙ୍କର ଭିଣୋଇ।ପପୁ ଚାହାଁନ୍ତି  ନାହିଁ ଯେ,  ଏଲିନାଙ୍କର ବାହାଘର ହେଉ। ଏଣୁ ସେ ସାଙ୍ଗ  ସବ୍ୟସାଚୀଙ୍କୁ ଏଲିନାଙ୍କ ବାହାଘର ଭାଙ୍ଗିବାକୁ ଅନୁରୋଧ କରନ୍ତି। ତା’ପରେ ପପୁ ଓ ସବ୍ୟସାଚୀ ମିଶି ଏଲିନାଙ୍କ ବାହାଘର ଭାଙ୍ଗନ୍ତି। କିନ୍ତୁ ତା’ଭିତରେ ସେମାନେ ଗୋଲକ ଧନ୍ଦା ଭିତରେ ଫସି ଯାଆନ୍ତି। ଏମାନେ କି ପ୍ରକାରର ସମସ୍ୟା ଭିତରେ ପଡ଼ନ୍ତି ଓ ତା’ ଭିତରେ ସବ୍ୟସାଚୀ ଓ ଏଲିନାଙ୍କର ପ୍ରେମ ସୁରୁ ହୋଇଯାଇ ଶେଷରେ ବାହାଘରରେ ପହଞ୍ଚେ,ତାହା ଦେଖିବାକୁ ମିଳିବ ଏହି ସିନେମାରେ।

 

 

 

ସମ୍ବନ୍ଧିତ ଖବର