ଜାଣନ୍ତୁ ପ୍ରେମଈଶ୍ୱରଙ୍କୁ ପ୍ରାର୍ଥନା କରି କ’ଣ ଗୁହାରୀ କରୁଛନ୍ତି ପପୁ ? ମନୋସ୍କାମନା ପୂରଣ ହେବ ତ?

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ନିଜର କମେଡି ଦ୍ୱାରା ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ବେଶ ଆଦୃତ ପପୁ ପମପମ ବା ତତ୍ୱ ପ୍ରକାଶ ଶତପଥୀ ନିଜ ଅନ୍ଦାଜରେ ଏକ ଭିନ୍ନ ଗୀତ ଗାଇଛନ୍ତି | ମାଣ୍ଡୁ ଯୋଜନା ନାମରେ ଏହି ଗୀତଟିକୁ ପପୁ ଗାଇଥିବାବେଳେ ପ୍ରେମ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି | ସମ୍ପୂର୍ଣ୍ଣ ଦରଖାସ୍ତ ଢଙ୍ଗରେ ପପୁ ପ୍ରେମଈଶ୍ୱରଙ୍କୁ ପ୍ରାର୍ଥନା କରି କେବେ ଏହି ଯୋଜନା ଆରମ୍ଭ ହେବ ସେ ନେଇ କହୁଥିବାର ଦେଖିବାକୁ ମିଳିଛି | ତେବେ ଗୀତଟି କିଛି ଏଭଳି ସଂଳାପ ସହ ଗୀତଟି ଆରମ୍ଭ ହୋଇଛି |


‘ମା ପେଟର ପିଲାଠାରୁ ମଶାଣିକୁ ଯିବା ଲୋକ ସମସ୍ତଙ୍କ ପାଇଁ ଯୋଜନା, ସମସ୍ତଙ୍କୁ ଦେଉଛ ଆମ ବେଳକୁ ଜାକି ହେଉଛ, ହେ ପ୍ରଭୁ କେବେ ଦେବୁ’ ସଂଳାପ ପରେ ଗୀତ ଗାଉଛନ୍ତି ପପୁ | ଶେଷରେ ମାଣ୍ଡୁ ଯୋଜନା କାର୍ଯ୍ୟକାରୀ କରିବାକୁ ପପୁ ନିବେଦନ ମଧ୍ୟ କରୁଛନ୍ତି | ଏହି ଗୀତଟିକୁ ବିବେକ ଗୀତ ଲେଖିଥିବାବେଳେ ସତ୍ୟବ୍ରତ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି |

ପପୁ ପମପମ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତଟିକୁ ରିଲିଜ କରାଯାଇଥିବାବେଳେ ୪ ଘଣ୍ଟାରେ ୧୬ ହଜାର ଥର ଦର୍ଶକ ଏହାକୁ ଦେଖିଛନ୍ତି | ଏଠାରେ ସୂଚନା ଥାଉ କି କିଛି ଦିନ ତଳେ ନାଣ୍ଡି ଝିଅ କରିଦେଲା ନଣ୍ଡା ଶୀର୍ଷକରେ ପପୁ ଏକ ଗୀତ ଗାଇଥିଲେ | କେତେବେଳେ ବିବାଦୀୟ କମେଡି ସାଙ୍ଗକୁ କେତେବେଳେ ଅସଦାଚରଣର ଅଭିଯୋଗ ଲାଗିଥିବା ପପୁଙ୍କ ଏହି ଗୀତ ପ୍ରଶଂସା ସାଉଣ୍ଟୁଛି ନା ବିବାଦ ସୃଷ୍ଟି କରୁଛି ତାହା ତ ସମୟ ହିଁ କହିବ |

ସମ୍ବନ୍ଧିତ ଖବର