ଭୁବନେଶ୍ୱର: ଓଲିଉଡର କମେଡି ଷ୍ଟାର୍ ପପୁ ପମ୍ପମ୍ କେବଳ ଯେ ଜଣେ ହାସ୍ୟାଭିନେତା ତା’ ନୁହେଁ,ବରଂ ସେ କେତୋଟି ସିନେମାରେ ନାୟକ ଭୂମିକା ବି ନିଭାଇଛନ୍ତି । କେତେକ ଓଡ଼ିଅ ସିନେମାରେପପୁଙ୍କ ଅପୋଜିଟ୍ରେ ଜଣେ ନାୟିକାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ।
ସେ ଯେଉଁ ହିରୋଇନ୍ମାନଙ୍କ ଅପୋଜିଟ୍ରେ ବିଭିନ୍ନ ସିନେମାରେ ନଜର ଆସିଛନ୍ତି,ସେମାନଙ୍କ ମଧ୍ୟରେ ଦେବଯାନୀ,ଲଭ୍ଲି,କୋଏଲ୍ ଓ ଲିପ୍ସା ପ୍ରମୁଖ ଅଛନ୍ତି।
ତେବେ ଏମାନଙ୍କ ମଧ୍ୟରୁ କେବଳ ଜଣେ ନାୟିକାଙ୍କ ସହ ଦ୍ୱିତୀୟ ଥର ପାଇଁ ଯୋଡ଼ି ବନାଇଛନ୍ତି କମେଡ଼ିଆନ୍ ପପୁ। ସେହି ନାୟିକା ଜଣକ ହେଲେ ଲିପ୍ସା ମିଶ୍ର। ୨୦୧୫ରେ ରିଲିଜ୍ ହୋଇଥିବା ପୂଜା ଭରାଲାଓ୍ଵାଲଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ‘ପିଲାଟା ବିଗିଡ଼ିଗଲା’ରେ ପ୍ରଥମ ଥର ପାଇଁଁ ପପୁ-ଲିପ୍ସାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ପୁଣି ଯେଉଁ ସିନେମାରେ ଏହି ଯୋଡ଼ିଙ୍କୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ,ତାହା ହେଲା-‘ଫୋର୍-ଇଡ଼ିଅଟ୍ସ’। ଏହାରନିର୍ଦ୍ଦେଶକ ହେଲେ ବସନ୍ତ ସାହୁ।
‘ଫୋର୍-ଇଡ଼ିଅଟ୍ସ’ ବି ‘ପିଲାଟା ବିଗିଡ଼ିଗଲା’ଭଳି ଏକ ସୁପର କମେଡ଼ି ଫିଲ୍ମ।ଏଥିରେ ପୁଣିଥରେ ପପୁଙ୍କ ସହିତ ଲିପ୍ସାଙ୍କର କମେଡ଼ି ସାଙ୍ଗକୁ ରୋମାନ୍ସ ବି ଦେଖିବାକୁ ମିଳିବ। ପ୍ରଥମ ସିନେମାରେ ଏହି ଯୋଡ଼ି ଯେଉଁ କମାଲ୍ ଦେଖାଇଥିଲେ,ଦ୍ୱିତୀୟଟିରେ ସେହି ଧମାଲ୍ କରୁଛନ୍ତି କି ନା,ତାହା ଦେଖିବାକୁ ବାକି ରହିଲା।