ନିର୍ଦ୍ଦେଶକ ଭାବେ ସୁଟିଂ ସେଟକୁ ଫେରିଲେ ପପୁ ପମ୍ ପମ୍

ଭୁବନେଶ୍ବର: ସୁଟିଂ ସେଟକୁ ଫେରିଲେ ଓଡ଼ିଶାର କମେଡି କିଙ୍ଗ ପପୁ ପମ୍ ପମ୍ । ଗତ କିଛି ମାସ ହେବ ଶାରୀରିକ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡ୍ କମେଡି କିଙ୍ଗ ପପୁ ପମ୍ ପମ୍ ସୁସ୍ଥ ହୋଇ ଫେରିଛନ୍ତି ଇଣ୍ଡଷ୍ଟ୍ରିକୁ । ୮ ମାସ ପରେ ସୁଟିଂ ସେଟରେ ପପୁ ପମପମଙ୍କୁ ଦେଖିବାକୁ ମିଳିଛି । ହେଲେ ଏଥର ଅଭିନୟ ନୁହେଁ, ନିର୍ଦ୍ଦେଶକ ହେବାକୁ ସ୍ଥିର କରିଛନ୍ତି ସେ ।

ଅକ୍ଷୟ ପରିଜା ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଚିରକୁଟ୍’ର କାହାଣୀ, ସଙ୍ଗୀତ ସହ ନିର୍ଦ୍ଦେଶନା ଦାୟିତ୍ୱ ବି ତୁଲାଇବେ ପପୁ ପମ୍ ପମ୍ । ଏହି ଅପକମିଂ ସିନେମାର ଶୁଭ ମହୁରତ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ଏହି ଅପକମିଂ ସିନେମାର ପୁରା ଟିମ୍ ନଜର ଆସିଥିଲେ । ନୂଆ କଳାକାରଙ୍କୁ ନେଇ ସିନେମା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଅଭିନେତା ପପୁ ପମ୍ ପମ୍ । ଫିଲ୍ମର ପ୍ରଯୋଜନା କରୁଛନ୍ତି ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜା ।

ସମ୍ବନ୍ଧିତ ଖବର